fbpx

ସାଇଡମରାକୁ ନେଇ ରାଜଧାନୀରେ ଗୁଳିକାଣ୍ଡ, ୨ ଆହତ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଅଞ୍ଚଳରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ଗୁଳିମାଡ଼ରେ ବିଜେଡ଼ି କର୍ପୋରେଟରଙ୍କ ଭାଇ ଓ ସଂପର୍କୀୟ ଗୁରୁତର ଅଛନ୍ତି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସାଇଡମରାକୁ ନେଇ ଝଗଡ଼ା ହୋଇଥିଲା । ଏହି ଗଣ୍ଡଗୋଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ସେଥି ମଧ୍ୟରୁ ଜଣେ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲା । ତେବେ ଏହି ଗୁଳିକାଣ୍ଡ ଘଟିବା ଫଳରେ ଦୁଇ ଜଣ ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଁଚି ବନ୍ଧୁକ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି । ବର୍ତ୍ତମାନ କିଏ ଗୁଳି ଚଳାଇଛି ଏବଂ ସମୁଦାୟ କେତେ ଜଣ ଏହି ମାମଲାରେ ସଂପୃକ୍ତ ଥିଲେ ତାହା ଜଣାଯାଇନାହିଁ । ସେନେଇ ପୋଲିସ ତଦନ୍ତ ଚଳାଇଛି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.