fbpx
BSKY
BJD MC SKY
BJD YOUTH SKY

ସାହାସୀ ଜେଲେନସ୍କି: ଆମେରିକା ଦେଲା ଦେଶ ଛାଡ଼ିବା ଅଫର୍, ରାଷ୍ଟ୍ରପତି କହିଲେ- ବିଶ୍ୱାସଘାତକତା କରିବି ନାହିଁ, ଅସ୍ତ୍ର ଦରକାର-ଗାଡ଼ି ନୁହେଁ

ନୂଆଦିଲ୍ଲୀ: ୨୦୨୧ ଅଗଷ୍ଟ ୧୫ ତାରିଖ..ଯେବେ ତାଲିବାନୀ ମାନେ ଆଫଗାନିସ୍ତାନର ରାଜଧାନୀ ଉପରେ ଆକ୍ରମଣ କରିଥିଲେ । ସେ ସମୟରେ ରାଷ୍ଟ୍ରପତି ଅଶରଫ ଗନୀ ଦେଶ ଛାଡ଼ି ପଳାୟନ କରିଥିଲେ । ତାଙ୍କୁ ୟୁଏଇ ଶରଣ ଦେଇଥିଲେ । ହେଲେ ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ର୍ରପତି ଭ୍ଲାଦିମୀର ଜେଲେନସ୍କି ଯିଏକି ଅସ୍ତ୍ର ଧରି ବାହାରିଛନ୍ତି ଦେଶକୁ ରକ୍ଷା କରିବା ପାଇଁ । ପରିସ୍ଥିତି ନିୟମନ୍ତ୍ରଣରେ ନାହିଁ ଜାଣିବା ପରେ ବି ଦେଶ ଛାଡ଼ିବାକୁ ରାଜି ନାହାନ୍ତି ଜେଲେନସ୍କି । ସେ ଭଲ ଭାବେ ଜାଣିଛନ୍ତି ଯେ, ତାଙ୍କ ସେନା ରୁଷ ସେନାକୁ ଅଧିକ ସମୟ ରୋକିପାରିବେ ନାହିଁ ।

ରାଷ୍ଟ୍ରପତି ଜେଲେନସ୍କିଙ୍କ ସୁରକ୍ଷା ପାଇଁ ଆମେରିକା ଦେଇଥିବା ଦେଶ ଛାଡ଼ିବା ଅଫର୍ କୁ ସେ ଗ୍ରହଣ କରିଲେ ନାହିଁ । ତାଙ୍କୁ ସୁରକ୍ଷିତ ଭାବରେ ଦେଶରୁ ନେଇଯିବାକୁ ଆମେରିକା ଅଫର୍ ଦେଇଥିଲା । ୱାଶିଂଟନ୍ ପୋଷ୍ଟ୍ ର ଏକ ରିପୋର୍ଟ ମୁତାବକ, ରୁଷ ର ଆକ୍ରମଣ ମଧ୍ୟରେ ଆମେରିକା ପକ୍ଷରୁ ରାଷ୍ଟ୍ରପତି ଭେଲାନିମୀର ଜେଲେନସ୍କିଙ୍କୁ ଦେଶରୁ ବାହାର କରିବାକୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ସେ ଏହାକୁ ମନା କରିଦେଇଥିଲେ । ସେ କହିଥିଲେ ଯେ, ତାଙ୍କୁ ଲଢ଼ିବା ପାଇଁ ଅସ୍ତ୍ର ଦରକାର, ଗାଡ଼ି ନୁହେଁ ।

ରିପୋର୍ଟ ଅନୁଯାୟୀ, ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ନିର୍ଦ୍ଦେଶକ ୱିଲିୟମ୍ ଜେ ବର୍ନସ୍ ଜାନୁଆରୀରେ ଜେଲେନସ୍କିଙ୍କୁ ଭେଟିଥିଲେ। ଏହି ସମୟରେ ସେ ତାଙ୍କ ସୁରକ୍ଷା ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଏକ ଗୁରୁତର ଚେତାବନୀ ଦେଇଛନ୍ତି। ଏହା ପରେ, ରୁଷ ପଟରୁ ଅନୁପ୍ରବେଶ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ଏବଂ ବର୍ତ୍ତମାନ କିଭ୍ ଦଖଲ ପାଇଁ ଯୁଦ୍ଧ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ରୁଷ ସେନା ଦ୍ୱାରା ଧରାପଡ଼ିବା ପରେ ମୃତ୍ୟୁର ଆଶଙ୍କା ଥିବାରୁ ସୁରକ୍ଷା ଦୃଷ୍ଟିରୁ ଆମେରିକା ଏହି ପ୍ରସ୍ତାବ ଦେଇଥିଲା । ଯାହାକୁ ଜେଲେନସ୍କି ମନା କରିଦେଇଛନ୍ତି ।

Get real time updates directly on you device, subscribe now.