ନୂଆଦିଲ୍ଲୀ: ଆମେରିକାରେ ଆଉ ଜଣେ ଭାରତୀୟଙ୍କୁ ବଡ ଦାୟିତ୍ବ ମିଳିଛି । ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ ପଟେଲଙ୍କୁ ଏଫବିଆଇର ନିର୍ଦ୍ଦେଶକ ଭାବେ ମନୋନିତ କରିଛନ୍ତି । ଶନିବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି । ସେ ଲିଖିଛନ୍ତି ମୁଁ ଘୋଷଣା କରି ଗର୍ବିତ ଯେ ‘କାଶ’ ପଟେଲ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ର ପରବର୍ତ୍ତୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ । ଡୋନାଲ୍ଡ ଟ୍ରମ୍ପ ଆହୁରି ଲେଖିଛନ୍ତି, ‘କାଶ ଜଣେ ଉଜ୍ଜ୍ୱଳ ଓକିଲ, ଅନୁସନ୍ଧାନକାରୀ ଏବଂ ଆମେରିକା ପ୍ରଥମ ‘ଯୋଦ୍ଧା । ଯିଏ ଦୁର୍ନୀତିକୁ ହଟାଇ ନ୍ୟାୟ ରକ୍ଷା କରିବା ଏବଂ ଆମେରିକୀୟ ଲୋକଙ୍କ ସୁରକ୍ଷା ପାଇଁ ନିଜର କ୍ୟାରିୟର ଅତିବାହିତ କରିଛନ୍ତି ।
ଏହି ନୂତନ ନିଯୁକ୍ତି ଟ୍ରମ୍ପଙ୍କ ଦୃଷ୍ଟିକୁ ଦର୍ଶାଉଛି ଯେଉଁଥିରେ ସେ ସରକାରଙ୍କ ଆଇନ ପ୍ରଣୟନ ଏବଂ ଗୁପ୍ତଚର ସଂସ୍ଥାଗୁଡ଼ିକରେ ପରିବର୍ତ୍ତନ ଆବଶ୍ୟକ ବୋଲି ବିବେଚନା କରୁଛନ୍ତି । ଏହି ପରିବର୍ତ୍ତନ ଆହୁରି ମଧ୍ୟ ଦର୍ଶାଉଛି ଯେ ଟ୍ରମ୍ପ ଏଫବିଆଇର କାର୍ଯ୍ୟ ଢାଞ୍ଚାରେ କ୍ରୋଧିତ ରହିଛନ୍ତି । ବାସ୍ତବରେ ଯଦି ଦେଖିବା ଏଫବିଆଇ ହିଁ ତାଙ୍କ ଅଭିଯୋଗର କାରଣ ସାଜିଥିଲା । ଯଦି ପଟେଲଙ୍କୁ ନିଯୁକ୍ତ କରାଯାଏ, ତେବେ ସେ 2017 ରେ ଟ୍ରମ୍ପଙ୍କ ଦ୍ୱାରା ନିଯୁକ୍ତ କ୍ରିଷ୍ଟୋଫର ରାଇଙ୍କ ସ୍ଥାନ ନେବେ । କ୍ରିଷ୍ଟୋଫରଙ୍କୁ ଟ୍ରମ୍ପ ହିଁ ନିଯୁକ୍ତି ଦେଇଥିଲେ । କିନ୍ତୁ ସେ ଟ୍ରମ୍ପ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟ ଆରମ୍ଭ କରିଥିଲେ । ଯଦିଓ ଏଫବିଆଇ ମୁଖ୍ୟ ପଦର କାର୍ଯ୍ୟକାଳ 10 ବର୍ଷ, କିନ୍ତୁ ଟ୍ରମ୍ପ ଏବଂ FBI କୁ ଦୀର୍ଘ ଦିନ ଧରି ଜନସାଧାରଣଙ୍କ ସମାଲୋଚନାକୁ ଦୃଷ୍ଟିରେ ରଖି ଗତ କିଛି ଦିନ ହେବ ଏହି ପଦବୀରୁ ତାଙ୍କୁ ହଟାଇବା ନେଇ କଳ୍ପନାଜଳ୍ପନା ଚାଲିଥିଲା । ବର୍ତ୍ତମାନ ଏହି ପଦବୀ ଭାରତୀୟଙ୍କୁ ମିଳିଛି ।