fbpx
BJD
BJD SKY
BJD SKY

ଆମେରିକାରେ ଟେନେସୀରେ ବନ୍ୟା ପରିସ୍ଥିତି: ୨୨ରୁ ଅଧିକ ମୃତ, ୫୦ ଜଣଙ୍କର ମିଳୁନି ଖୋଜଖବର

ୱାଶିଂଟନ୍: ଆମେରିକାର ଟେନେସୀରେ ବନ୍ୟା କାରଣରୁ ୨୦ ଜଣଙ୍କ ଠାରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୫୦ ଜଣଙ୍କର କୌଣସି ଖୋଜଖବର ମିଳିନାହିଁ । ସ୍ଥାନୀୟ ମିଡିଆ ରିପୋର୍ଟରେ ଏନେଇ ସୂଚନା ପ୍ରକାଶ ପାଇଛି । ତେବେ ମୃତକଙ୍କ ମଧ୍ୟରେ ଜାଆଁଳା ଶିଶୁଥିବା ବେଳେ ମୃତ୍ୟୁ ସଂଖ୍ୟା ୨୨ ଜଣରେ ପହଞ୍ଚିଛି ।

ଏହା ଭିତରେ ଗତକାଲି ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଟେନେସୀ ନଦୀରେ ଅଚାନକ ବନ୍ୟା ଆସିବା ଫଳରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ୫୦ ଜଣ ନିଖୋଜ ହୋଇଯାଇଛନ୍ତି । ଇଗ୍ରେଗ୍ କାଉଣ୍ଟି ଶେରିଫ୍ କାର୍ଯ୍ୟାଳୟର ଉପ ମୁଖ୍ୟ ରୋବ୍ ଏଡୱର୍ଡ କହିଛନ୍ତି ଯେ, ବନ୍ୟା କବଳରେ ୭ ମାସର ଜାଆଁଳା ଶିଶୁ ସମେତ ଅନେକ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି ।

ରାଷ୍ଟପ୍ରତି ଜୋ ବାଇଡେନ୍ ପ୍ରଭାବିତ ଏବଂ ମୃତକଙ୍କ ଉଦ୍ଦେଶ୍ୟରେ ଦୁଃଖ ପ୍ରକାଶ କରିଛନ୍ତି । ସେମାନଙ୍କ ପରିବାରକୁ ସହାୟତା ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ବନ୍ୟା କାରଣରୁ ଟେନେସୀ ଆଖପାଖରେ ଥିବା ଗ୍ରାମୀଣ ସଡକ ଶନିବାର ଦିନ ଭାସିଯାଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏଥିସହିତ ରେକର୍ଡ ପରିମାଣରେ ବର୍ଷା ହୋଇଛି । ଅନ୍ୟପଟେ ୪ହଜାରରୁ ଅଧିକ ଲୋକଙ୍କ ଘରର ବିଜୁଳି ସଂଯୋଗ କଟିଯାଇଛି ।

 

Get real time updates directly on you device, subscribe now.