fbpx

ଫୁଡ୍ ଫ୍ୟାକ୍ଟ୍ରିରେ ଫାଟିଲା ସିଲିଣ୍ଡର୍; ୨ ଶ୍ରମିକ ମୃତ, ୩ ଆହତ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଫୁଡ୍ ଫ୍ୟାକ୍ଟ୍ରିରେ ସିଲିଣ୍ଡର ଫାଟି ସୋମବାର ଦିନ ଏକ ବଡ଼ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଫ୍ୟାକ୍ଟ୍ରିର ବଏଲର୍ ରେ ଥିବା ସିଲିଣ୍ଡର ଫାଟିବା ଫଳରେ ଦୁଇ ଜଣଙ୍କ ପ୍ରାଣ ହରାଇଛନ୍ତି । ଏମାନେ ଦୁଇଜଣ ଫ୍ୟାକ୍ଟ୍ରି କାମ କରୁଥିଲେ । ଏଥିରେ ୩ ଜଣ ଗୁରୁତର ଭାବରେ ହୋଇଛନ୍ତି । ଏହି ଘଟଣା ବେଙ୍ଗାଲୁରୁ ର ଏମଏମ୍ ଫୁଡ୍ ଫ୍ୟାକ୍ଟ୍ରିରେ ଘଟିଥିବା ମିଳିଛି ସୁଚନା ।

ବେଙ୍ଗାଲୁରୁର ଡିସିପି(ପଶ୍ଚିମ) ସଞ୍ଜୀବ ପାଟିଲ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଘଟଣାରେ ଦୁଇ ଜଣ ମଜୁରିଆ ପ୍ରାଣ ହରାଇଛନ୍ତି । ସେମାନେ ବିହାରର ବାସିନ୍ଦା ଏମାନଙ୍କ ବ୍ୟତୀତ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କର ଚିକିତ୍ସା ଚାଲିଛି ।

Get real time updates directly on you device, subscribe now.