fbpx

ସିମ୍ପାଞ୍ଜି ସହିତ ଅବୈଧ ସମ୍ପର୍କ; ମହିଳାଙ୍କ ଚିଡ଼ିଆଖାନା ପ୍ରବେଶ ଉପରେ ରୋକ

ନୂଆଦିଲ୍ଲୀ: ସିମ୍ପାଞ୍ଜି ସହିତ ଅବୈଧ ସମ୍ପର୍କ ରଖିବା ନେ ସ୍ବୀକାର କରିବା ପରେ ମହିଳାଙ୍କ ଉପରେ କଟକଣା ଜାରି କରାଯାଇଛି। ଏହି ମହିଳା ଜଣଙ୍କ ଚିଡ଼ିଆଖାନା ପ୍ରବେଶ ଉପରେ ଅଙ୍କୁଶ ଲଗାଇଛନ୍ତି କର୍ତ୍ତୃପକ୍ଷ। ନିଜକୁ ପଶୁପ୍ରେମୀ କହୁଥିବା ମହିଳା ଜଣଙ୍କ ୩୮ ବର୍ଷୀୟ ସିମ୍ପାଞ୍ଜୀ ସହିତ ସମ୍ପର୍କ ରଖଥିବା ଜଣା ପଡିଥିଲା। ମହିଳା ଜଣଙ୍କ ବିଗତ ୪ ବର୍ଷ ଧରି ସିମ୍ପାଂଜି ସହିତ ସାକ୍ଷାତ କରୁଥିଲେ।


ଏଡି ଟିମରମେନ ନାମକ ବେଲିଯିଅମର ଏହି ମହିଳା ଜଣଙ୍କ ବିଗତ ୪ ବର୍ଷ ଧରି ଚିଡ଼ିଆ ଖାନା ଆସିଥିଲେ। ୩୮ ବର୍ଷୀୟ ସିମ୍ପଞ୍ଜି ‘chita’ ସହିତ ତାଙ୍କର ସମ୍ପର୍କ ଗଢି ଉଠିଥିଲା। ଏଡି ସିମ୍ପାଞ୍ଜିକୁ କିସ୍ କରୁଥିବା ନେଇ ମଧ୍ୟ ସ୍ବୀକାର କରିଛନ୍ତି। ଚିଡ଼ିଆଖାନା କର୍ତୃପକ୍ଷ ଏ ବିଷୟରେ ଜାଣିବା ପରେ ସେମାନଙ୍କ ପ୍ରେମ କାହାଣୀ ଅଧାରେ ରହିଯାଇଛି। ଉଭୟ ପରସ୍ପରକୁ ପ୍ରେମ କରୁଥବା ବେଳେ ଚିଡ଼ିଆଖାନା କର୍ତୃପକ୍ଷଙ୍କ ପଦକ୍ଷେପକୁ ବିରୋଧ କରିଛନ୍ତି ଏଡି। ସିମ୍ପାଞ୍ଜିଟିକୁ ଅନ୍ୟ ସିମ୍ପାଞ୍ଜି ମାନେ ଦଳରେ ସାମିଲ କରି ନଥିବାରୁ ଚିଡ଼ିଆଖାନା କର୍ତୃପକ୍ଷ ଘଟଣା ସଂପର୍କରେ ଅବଗତ ହୋଇଥିଲେ।

Get real time updates directly on you device, subscribe now.