fbpx

BIG BREAKING…ଦିନ ସାଢ଼େ ୨ଟା ସୁଦ୍ଧା ୪୪ ଟପିଲା ରାଜଧାନୀ ଭୁବନେଶ୍ୱର; ଜାରି ରହିଛି ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଉଛି । ଦିନ ସାଢ଼େ ୨ଟା ସୁଦ୍ଧା ୪୪ ଟପିଲା ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୪୪.୬ ଡିଗ୍ରୀ । ୫ ସହରରେ ୪୨ ଡିଗ୍ରୀ ଟପିଲା ପାରଦ । ଦିନ ସାଢ଼େ ୨ ସୁଦ୍ଧା ୪୪.୬ ଡିଗ୍ରୀ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ । ଝାରସୁଗୁଡ଼ା ୪୩.୬, ରାଉରକେଲା ୪୨.୫, ଚାନ୍ଦବାଲି ୪୨.୪ ଡିଗ୍ରୀ। ସମ୍ବଲପୁର ୪୨.୧, ହୀରାକୁଦ ୪୧.୮, ବାଲେଶ୍ବର ୪୧.୭, କେନ୍ଦୁଝର ୪୧.୫, ଗୋପାଳପୁର ୩୫.୪, ପୁରୀ ୩୪.୭ ଡିଗ୍ରୀ ।

ସେହିଭଳି ଦେଖିବାକୁ ଗଲେ ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା । ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରି ରହିଥିଲା । ଏଣେ ରାଜଧାନୀ ଭୁବନେଶ୍ୱରରେ ଆଜି ୧୧ଟା ୩୦ ସୁଦ୍ଧା ତାପମାତ୍ରା ୪୧.୨ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଥିଲା । ଏହାଛଡ଼ା କେନ୍ଦୁଝରରେ ଦିନ ୧୧ଟା ୩୦ ସୁଦ୍ଧା ତାପମାତ୍ରା ୪୦.୬, ବାଲେଶ୍ବରରେ ୪୦.୧, ସମ୍ବଲପୁରରେ ୪୦, ଚାନ୍ଦବାଲିରେ ୩୯.୬, ହୀରାକୁଦରେ ୩୯ ଏବଂ ରାଉରକେଲାରେ ୩୮.୬ , ଗୋପାଳପୁର ଓ ପୁରୀରେ ୩୩.୪, ପାରାଦୀପରେ ତାପମାତ୍ରା ୩୩.୫ ଡିଗ୍ରି  ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ

। ଆଜି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତେଣୁ ଯଥାସମ୍ଭବ ସତର୍କ ରହିବାକୁ ସାଧରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି । ଅନାବଶ୍ୟକ କାରଣରେ ଘରୁ ନ ବାହାରିବା ପାଇଁ ମଧ୍ୟ କହିଛି ପାଣିପାଗ ବିଭାଗ । ଉଭୟ ସହରରେ ଆଜି ପ୍ରବଳ ଗ୍ରୀଷ୍ମପ୍ରବାହର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି ।

Get real time updates directly on you device, subscribe now.