fbpx

ତିହାର ଜେଲ୍‌ରେ ଏମ୍ସର ୫ ଜଣିଆ ଡାକ୍ତରୀ ଦଳ କଲେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଦେଲେ ଏପରି ପରାମର୍ଶ

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟଙ୍କ ନିର୍ଦ୍ଦେଶ ପରେ ଗଠିତ ୫ ସଦସ୍ୟ ବିଶିଷ୍ଟ ମେଡିକାଲ୍ ବୋର୍ଡ ତିହାର ଜେଲ୍‌ରେ ବନ୍ଦ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ଓ ଦୁଇ ୟୁନିଟ୍ ଇନସୁଲିନ୍ ନେବାକୁ ପରାମର୍ଶ ଦେଇଛନ୍ତି । ତିହାରର ଏକ ସୂତ୍ରରୁ ଜଣାପଡିଛି କି ଅରବିନ୍ଦ କେଜ୍ରିୱାଲ ସଂପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି ଓ ତାଙ୍କ ନିର୍ଦ୍ଧାରିତ ମେଡିସିନ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । କୋର୍ଟଙ୍କ ଆଦେଶ ପରେ ଏମ୍ସର ୫ ଜଣିଆ ଡାକ୍ତର ଟିମ୍ ଭିଡିଓ କନଫରେନ୍ସ ଜରିଆରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ସମୀକ୍ଷା କରିଥିଲେ ।

ମିଳିଥିବା ସୂତ୍ରରୁ ଜଣାଯାଇଛି ମେଡିକାଲ ବୋର୍ଡ କେଜ୍ରିୱାଲଙ୍କୁ ସେହି ମେଡିସିନ୍ ଜାରି ରଖିବାକୁ କହିଥିଲେ ଯାହା ସେ ପୂର୍ବରୁ ନେଉଥିଲେ । ଚଳିତ ସପ୍ତାହର ଆରମ୍ଭରେ କେଜ୍ରିୱାଲଙ୍କ ସୁଗାର ଲେବୁଲ୍ ୩୨୦ରେ ପହଞ୍ଚିବା ପରେ ତାଙ୍କୁ ଜେଲ୍‌ରେ ଇନସୁଲିନ ଦିଆଯାଇଥିଲା ।

ଗତ ସପ୍ତାହରେ ଦିଲ୍ଲୀର ଏକ କୋର୍ଟ ଭିଡିଓ କନଫରେନ୍ସ ମାଧ୍ୟମରେ ନିଜ ଡାକ୍ତରଙ୍କ ସହ ଦୈନିକ ପରାମର୍ଶ ଦାବୀକୁ ନେଇ କେଜ୍ରିୱାଲଙ୍କ ପକ୍ଷରୁ କୋର୍ଟରେ କରାଯାଇଥିବା ଦାବୀକୁ ଖାରଜ କରିଦିଆଯାଇଥିଲା । ଅନ୍ୟପକ୍ଷରେ କୋର୍ଟ ତିହାର ଜେଲ୍ ଅଧିକାରୀଙ୍କୁ ଏମ୍ସ ଡାକ୍ତରଙ୍କୁ ନେଇ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.