fbpx

କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ, ଟିକେଟ୍ କଟିବା ପରେ ବ୍ୟକ୍ତ କଲେ ଅସନ୍ତୋଷ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ସରଗରମ ରାଜନୈତିକ ମାହୋଲ । ଏବେବି ପ୍ରଚାର କାର୍ଯ୍ୟ ମଧ୍ୟରେ ଜାରି ରହିଛି ଦଳ ଡିଆଁ । ଅନେକ ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ମିଳିଥିବା ବେଳେ ସେମାନେ ଖୁସି ଅଛନ୍ତି ତ ଟିକେଟ ନ ମିଳିଥିବା ପ୍ରାର୍ଥୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିମଧ୍ୟରେ କଂଗ୍ରେସକୁ ଲାଗିଛି ଝଟକା । କେନ୍ଦୁଝରରେ କଂଗ୍ରେସ ସାଂସଦ ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ଟିକେଟ କଟିବା ପରେ ସେ କ୍ଷୁବ୍ଧ ହୋଇଛନ୍ତି । ସେ ଓ ତାଙ୍କ ପତ୍ନୀ ଝୁନା ପଟ୍ଟନାୟକ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହ ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ଉପରେ ବର୍ଷିଛନ୍ତି ।

ସୂଚନାଯୋଗ୍ୟ, କଂଗ୍ରେସ କେନ୍ଦୁଝରରେ ସାଂସଦ ପ୍ରାର୍ଥୀ ଭାବେ ପ୍ରଥମେ ମୋହନ ହେମ୍ବ୍ରମଙ୍କୁ ସାଂସଦ ପ୍ରାର୍ଥୀ ଘୋଷଣା କରିବା ପରେ ଦଳର ସମସ୍ତ କର୍ମକର୍ତ୍ତା ସମୂହ ଇସ୍ତଫା ଦେଇଥିଲେ । କିଛିଦିନ ପରେ ଦଳ ଏଠାରେ ପ୍ରାର୍ଥୀ ବଦଳାଇଥିଲା ଏବଂ ଇଂ. ବିନୋଦ ବିହାରୀ ନାଏକଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । କଂଗ୍ରେସ ଉପରେ ବର୍ଷିବା ସହ ସେ କହିଛନ୍ତି ଯେ, ଏଆଇସିସିର ନିଷ୍ପତ୍ତି ତାଙ୍କୁ ଲଜ୍ଜିତ କରୁଛି । ଟିକେଟ ଦେଇ ପୁଣି କାଟୁଛି ଦଳ । ଯଦି ମୋର ଯୋଗ୍ୟତା ନଥିଲା, କାହିଁକି ଟିକେଟ ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାଛଡ଼ା ‘୫୦ ହଜାର ସହ ଖର୍ଚ୍ଚ ବାବଦ ୭ ଲକ୍ଷ ଟଙ୍କା ନ ଦେଲେ ନ୍ୟାୟଳୟର ଦ୍ବାରସ୍ଥ ହେବେ ବୋଲି ବି ଧମକ ଦେଇଛନ୍ତି। ୨୦୧୯ ତେଲକୋଇ ବିଧାନସଭା ପାଇଁ ସେ ପ୍ରସ୍ତୁତ ହେଉଥିଲେ । ସେତେବେଳେ ମଧ୍ୟ ତାଙ୍କୁ ହଠାତ୍ ଲୋକସଭା ପାଇଁ ଲଢିବାକୁ କୁହାଯାଇଥିଲା । ଏଥର ମଧ୍ୟ ପ୍ରାର୍ଥୀ କରିବା ପାଇଁ କଡା ଯାଇଥିଲା ।

Get real time updates directly on you device, subscribe now.