fbpx

Champions Trophy-2025ରେ ଭାଗ ନେବନି ଟିମ ଇଣ୍ଡିଆ? ଟୁର୍ଣ୍ଣାମେଣ୍ଟ ପାଇଁ କିଏ ଭାଙ୍ଗିବ ନିଜ ଜିଦି?

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ ଆଇପିଏଲ ଫିଭର୍ ଦେଖିବାକୁ ମିଳିଛି । ଏହାପରେ ଆଇସିସିର ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ବିଶ୍ବର ୨୦ଟି ଦଳ । ଆଇପିଏଲ ଖେଳିବା ସହ ବିଶ୍ୱକପ ପାଇଁ ମଧ୍ୟ ପ୍ରସ୍ତୁତି ଜାରି ରହିଛି । ତେବେ ଏହାମଧ୍ୟରେ ଆସନ୍ତାବର୍ଷ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫିକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ପାକିସ୍ତାନରେ ଆୟେଜନ ହେବାକୁ ଥିବା ଏହି ଆଇସିସି ଇଭେଣ୍ଟରେ ଟିମ ଇଣ୍ଡିଆର ଅଂଶଗ୍ରହଣକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏହିଟୁର୍ଣ୍ଣାମେଣ୍ଟରୁ ଭାରତ ଓହରିପାରେ ବୋଲି ଆଶଙକା କରାଯାଉଛି ।

ରିପୋର୍ଟ ଅନୁସାରେ, ୨୦୨୫ରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାକୁ ଭାରତ ରାଜି ନଥିବା ଦେଖିବାକୁ ମିଳିଛି । ଏହି ଚମ୍ପିଆନ୍ସ ଟ୍ରଫି କ୍ରିକେଟ ପାକିସ୍ତାନ ଦ୍ୱାରା ଆୟୋଜନ ହେବାକୁ ଥିବା ବେଳେ ରୋଚକପୂର୍ଣ୍ଣ କଥା ହେଉଛି ଭାରତୀୟ ଦଳ ଏଥିପାଇଁ ପାକିସ୍ତାନ ଯିବ ନାହିଁ । ଏପରିକି ଯିବାର ସମ୍ଭାବନା ବି ଆଦୌ ନାହିଁ ବୋଲି କୁହାଯାଇଛି । ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ବିଷୟରେ ବିସିସିଆଇ ସୂତ୍ରରୁ ଖବର ଆସିଛି କି, ୨୦୨୫ରେ ପାକିସ୍ତାନରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ । ୨୦୨୩ ଭଳି ସ୍ଥାନ ପରିବର୍ତ୍ତନ କରାଯାଇ ହାଇବ୍ରିଡ୍ ମଡେଲ୍ ଅନୁଯାୟୀ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବ । ୟୁଏଇ ଓ ଶ୍ରୀଲଙ୍କାରେ ଖେଳାଯିବାର ସମ୍ଭାବନା ରହିଛି । ଉଭୟ ଦେଶ ମଧ୍ୟରେ ବିବାଦ ଏବଂ ଜାରି ରହିଥିବା ତିକ୍ତତାଯୋଗୁଁ ଭାରତ ପାକିସ୍ତାନ ଗସ୍ତ ପାଇଁ ନାରାଜ ରହିଛି । ଚମ୍ପିଆନ୍ସ ଟ୍ରଫିରେ ଭାରତର ସାମିଲ ହେବା ମାମଲାକୁ ନେଇ ଲଗାତାର ଦ୍ୱନ୍ଦ୍ୱ ଜାରି ରହିଛି । ଆଇସିସିର ଏହି ବଡ଼ ଇଭେଣ୍ଟ ଖେଳିବା ପାଇଁ ଭାରତ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ମଧ୍ୟ ଜିଦ୍ ଧରିଛି । ତେଣୁ ଭାରତ ଏବଂ ପାକିସ୍ତାନର ଜିଦ୍ ମଧ୍ୟରେ ଛନ୍ଦି ହୋଇଛି ଆଇସିସି । ତେବେ ଚମ୍ପିଆନ୍ସ ଟ୍ରଫି ପାଇଁ ଏବେ ବିକଳ୍ପ ବ୍ୟବସ୍ଥାର ସନ୍ଧାନ ଆରମ୍ଭ ହୋଇଛି ।

ଏହା ପୂର୍ବରୁ ଏସିଆ କପ୍ ୨୦୨୩ ମଧ୍ୟ ପାକିସ୍ତାନରେ ଆୟୋଜିତ ହୋଇଥିଲା । କିନ୍ତୁ ଟିମ୍ ଇଣ୍ଡିଆ ଯିବାକୁ ସିଧାସଳଖ ମନା କରିଦେଇଥିଲା । ତେଣୁ ହାଇବ୍ରିଡ୍ ମଡେଲ୍ ଅଧୀନରେ ଶ୍ରୀଲଙ୍କାରେ ଖେଳାଯାଇଥିଲା ମ୍ୟାଚ୍ । ଭାରତୀୟ ଦଳ ଏସିଆ କପ୍ ପାଇଁ ପାକିସ୍ତାନ ଗସ୍ତ କରି ନାହିଁ । ସୂଚନାଯୋଗ୍ୟ ଯେ, ପାକିସ୍ତାନ ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଭାରତ ଗସ୍ତ କରିଥିଲା । ତେବେ ବିଶ୍ୱକପ ପାଇଁ ଭାରତ ଆସିବା ପୂର୍ବରୁ ଅନେକ ଦାବି କରିଥିଲା ପାକିସ୍ତାନ କ୍ରିକେଟ୍ ବୋର୍ଡ । ଏପରିକି କୁହାଯାଇଥିଲା ଯେ, ଯଦି ଟିମ୍ ଇଣ୍ଡିଆ ଏସିଆ କପ୍ ପାଇଁ ପାକିସ୍ତାନ ଗସ୍ତ ନକରେ ତେବେ ପାକିସ୍ତାନ ମଧ୍ୟ ବିଶ୍ୱକପ ପାଇଁ ଭାରତ ଆସିବ ନାହିଁ । ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାକୁ ଭାରତ ମନା କରୁଥିବାରୁ ନିଷ୍ପତ୍ତି କଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଯଦି ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ ନ କରେ, ତେବେ ହାଇବ୍ରିଡ ମଡେଲ ଲାଗୁ ହେବ କିମ୍ବା ଭାରତ ଏସିଆ କପରୁ ବାଦ୍ ପଡ଼ିପାରେ । ତେବେ ଏ ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ ।

Get real time updates directly on you device, subscribe now.