fbpx

ମମତା ବାନାର୍ଜୀ ଆହତ, ହେଲିକପ୍ଟର ଚଢିବା ସମୟରେ ପଡିଗଲେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ମମତା ବାନାର୍ଜୀ ଆହତ ହୋଇଛନ୍ତି । ସେ ହେଲିକପ୍ଟର ଭିତରେ ପଡିଯାଇଥିଲେ ।

ମମତା ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ । ସେଠାରେ ସେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନରେ ଏକ ର‌୍ୟାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ମମତା ଯେତେବେଳେ ହେଲିକପ୍ଟର ଭିତରକୁ ଯାଉଥିଲେ ସେତେବେଳେ ସନ୍ତୁଳନ ହରାଇ ସେ ପଡିଯାଇଥିଲେ । ଫଳରେ ତାଙ୍କ ପାଦରେ ଆଘାତ ଲାଗିଛି ।

Get real time updates directly on you device, subscribe now.