fbpx

ଗୋଟିଏ ପ୍ରକାର ରୋଗରେ ପୀଡିତ ହୋଇ ଏମ୍ସରେ ପହଞ୍ଚିଲେ ୬୦୦ ମହିଳା, ଡାକ୍ତର କହିଲେ ଜଙ୍କ ଫୁଡ୍‌ର ପ୍ରଭାବ

ନୂଆଦିଲ୍ଲୀ: ଆଜିର ବ୍ୟସ୍ତ ବହୁଳ ଜୀବନରେ ଅନଲାଇନରେ ଜଙ୍କ ଫୁଡ୍ ଅର୍ଡର କରି ଖାଇବା ପୁରା କମନ ହୋଇଗଲାଣି । କେବଳ ଏକ ଫୋନ୍ କ୍ଲିକ୍‌ରେ ଏହି ଜଙ୍କ ଫୁଡ୍ ଆସି ଆପଣଙ୍କ ଘରେ ପହଞ୍ଚିଯାଉଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଜଙ୍କ ଫୁଡ୍ ଖାଇବାର ଅଭ୍ୟାସ ବିଶେଷକରି ଝିଅମାନଙ୍କର ଭବିଷ୍ୟତ ନଷ୍ଟ କରି ଦେଉଛି । ଏମ୍ସ ଦିଲ୍ଲୀର ଫର୍ଟିଲିଟି ଓପିଡିକୁ ଏପରି ୬୦୦ଜଣ ମହିଳା ଚିକିତ୍ସା କରାଇବାକୁ ପହଞ୍ଚିଥିଲେ ଯେଉଁମାନେ ପ୍ରାୟ ସମୟରେ ଜଙ୍କଫୁଡ୍ ଖାଇଥାନ୍ତି । ଏବେ ସେମାନେ ମାରାତ୍ମକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ।

ଏମ୍ସର ଗାଇନାକୋଲଜି ଓ ଅବଷ୍ଟେଟ୍ରିକ୍ସ ବିଭାଗକୁ ଚିକିତ୍ସା ପାଇଁ ଆସିଥିବା ଏହି ମହିଳାଙ୍କର ଗୋଟିଏ ହିଁ ସମସ୍ୟା ଥିଲା ଓ ତାହା ହେଉଛି ସେମାନଙ୍କର ପିଲା ହେଉ ନ ଥିଲା । ଏମାନଙ୍କ ବୟସ ୨୮ରୁ ୩୫ ବର୍ଷ ମଧ୍ୟରେ ଥିଲା । ଏମାନଙ୍କ ହିଷ୍ଟ୍ରୀ ଦେଖିବା ପରେ ଜଣାପଡିଥିଲା ଏମାନଙ୍କ ଖାଦ୍ୟରେ ଜଙ୍କ ଫୁଡ୍‌ର ସେବନ ଅଧିକ ମାତ୍ରାରେ ଥିଲା । ଏହି କାରଣରୁ ଏମାନେ ଓବେସିଟି ଓ ପିସିଓଏସ୍ ସମସ୍ୟାରେ ପୀଡିତ ଥିଲେ । ଫଳରେ ଏମାନେ ଗର୍ଭଧାରଣ କରିବାରେ ସମସ୍ୟା ଉପୁଜୁଥିଲା ।

ଏହି ସମସ୍ତ ମହିଳା ଭଲ ପରିବାରର ଥିଲେ କିନ୍ତୁ ଏମାନେ ସମସ୍ତେ ଅତ୍ୟଧିକ ମାତ୍ରାରେ ଜଙ୍କ ଫୁଡ୍ ଯେପରିକି ପିଜା, ବର୍ଗର, ମଇଦାରୁ ପ୍ରସ୍ତୁତ ଏପରି ଖାଦ୍ୟ ଯାହା ବହୁଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇଛି ତାହା ସେବନ କରିଛନ୍ତି । ଏମାନେ ସମସ୍ତେ ବିଳମ୍ବିତ ରାତିରେ ଏହି ଜଙ୍କ ଫୁଡ୍ ଅଧିକ ଖାଇଛନ୍ତି । ଏହି କାରଣରୁ ଏମାନଙ୍କ ଓଜନ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏମାନେ ପିସିଓଏସ୍ ସମସ୍ୟାରେ ପୀଡିତ ହୋଇଛନ୍ତି । ଏହି ପିସିଓଏଏସ୍ ବା ପଲିଷ୍ଟିଟିକ୍ ଓଭାରୀ ସିଣ୍ଡ୍ରୋମ ଗର୍ଭଧାରଣ କରି ନ ପାରିବାର ମୁଖ୍ୟ କାରଣ । ଏହି ରୋଗରେ ମହିଳାଙ୍କ ଋତୁସ୍ରାବ କମିଯାଏ ଓ ଅନିୟମିତ ହୋଇଯାଏ । ଏହା ସହିତ ଋତୁସ୍ରାବ ଜନିତ ଅନ୍ୟ ସମସ୍ୟା ବି ଦେଖାଦେଇଥାଏ । ଏହା ଏକ ହରମୋନାଲ ସମସ୍ୟା ଯାହା ମା’ ହେବାରେ ବାଧକ ସାଜିଥାଏ ।

Get real time updates directly on you device, subscribe now.