fbpx

ଶ୍ରୁତି- ଶାନ୍ତନୁଙ୍କ ସମ୍ପର୍କରେ ପୁର୍ଣ୍ଣଚ୍ଛେଦ ! ସୋସିଆଲ ମିଡିଆରେ ପରସ୍ପରକୁ କଲେ ଅନଫଲୋ, ଜାଣନ୍ତୁ ପୁରା ମାମଲା

ମୁମ୍ବାଇ: ସାଉଥ୍ ଏବଂ ବଲିଉଡ଼ ଇଣ୍ଡଷ୍ଟ୍ରରିର ଜଣାଶୁଣା ଅଭିନେତ୍ରୀ ଶ୍ରୁତି ହାସନ । ନିଜ ଦମଦାର ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ମନ ଜିଣିପାରିଛନ୍ତି । ଜଣେ ଶାନଦାର ଅଭିନେତ୍ରୀ ହେବା ସହ ସେ ଜଣେ ଉତ୍ତମ ସିଙ୍ଗର ମଧ୍ୟ । ବର୍ତ୍ତମାନ ସେ ତାଙ୍କ ବୃତ୍ତିଗତ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମ୍ ଲାଇଟରେ ଅଛନ୍ତି । ରିପୋର୍ଟ ଅନୁଯାୟୀ ତାଙ୍କର ଦୀର୍ଘ ଦିନର ବୟଫ୍ରେଣ୍ଡ୍ ଶାନ୍ତନୁ ହଜାରିକାଙ୍କ ସହ ବ୍ରେକ୍ଅପକୁ ନେଇ ଚର୍ଚ୍ଚା ହେଉଛି । ଏହି ଖବର ତାଙ୍କ ପ୍ରଶଂସକଙ୍କୁ ବଡ଼ ଝଟକା ଦେଇଛି ।

ସାଉଥ୍ ତଥା ବଲିଉଡ଼ ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତା କମଲ ହାସନଙ୍କ ସୁପୁତ୍ରି ସୃତି ହାସନଙ୍କ ପର୍ସନାଲ ଲାଇଫ୍ ସୋସିଆଲ ମିଡିଆରେ ଖୋଲା ବହି ପରି । ଶ୍ରୁତି ଦୀର୍ଘ ଦିନରୁ ତାଙ୍କ ବୟଫ୍ରେଣ୍ଡ୍ ଶାନ୍ତନୁଙ୍କୁ ଡେଟ୍ କରୁଥିବା ଖବର ସମସ୍ତେ ଜାଣିଥିବେ । କିନ୍ତୁ ନିକଟରେ ଦୁହେଁ ନିଜ ସମ୍ପର୍କରେ କିଛି ବ୍ୟକ୍ତିଗତ ସମସ୍ୟାର ସାମ୍ନା କରୁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଦୁହେଁ ପରସ୍ପରକୁ ଅନ୍ଫଲୋ କରୁଥିବାର ନଜିର ରହିଛି । ତେବେ ସାଧାରଣରେ ଦୁହିଙ୍କ ବ୍ରେକ୍ଅପ୍ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଦୁହେଁ ଅନେକ ଥର ଇଭେଣ୍ଟରେ ଏକାଠି ନଜର ଆସୁଥିଲେ । ପବ୍ଲିକରେ ମଧ୍ୟ ପରସ୍ପର ପ୍ରତି ପ୍ରେମ ଜାହିର କରୁଥିଲେ ଏବଂ ସୋସିଆଲ ମିଡିଆରେ ମଧ୍ୟ ଅନେକ ଫଟୋ ଓ ଭିଡ଼ିଓ ଶେୟାର କରୁଥିବାର ନଜିର ରହିଛି । କହିରଖୁଛୁ ଶ୍ରୁତି ଫିଲ୍ମ ‘ସାଲାର’ରେ ଶେଷ ଥର ପାଇଁ ନଜର ଆସିଥିଲେ । ଦୁନିଆରେ ଏହି ଫିଲ୍ମ ବକ୍ସ ଅଫିସରେ ୭୦୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଆୟ କରିଥିଲା ।

Get real time updates directly on you device, subscribe now.