fbpx

ପ୍ରଚଣ୍ଡ ଖରାରେ ଜଳିଯିବ ଟ୍ୱିନ ସିଟି: କଟକ-ଭୁବନେଶ୍ୱର ପାଇଁ ରେଡ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ପ୍ରବଳ ଖରାରେ ସିଝିବ ଓଡ଼ିଶାର ଟ୍ୱିନ ସିଟି । ଆଜି ପାଇଁ କଟକ-ଭୁବନେଶ୍ୱରକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଟ୍ୱିନ ସିଟିରେ ସମ୍ଭାବ୍ୟ ତାତି ଏବଂ ଗୁଳୁଗୁଳିକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଆଜି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତେଣୁ ଯଥାସମ୍ଭବ ସତର୍କ ରହିବାକୁ ସାଧରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି । ଅନାବଶ୍ୟକ କାରଣରେ ଘରୁ ନ ବାହାରିବା ପାଇଁ ମଧ୍ୟ କହିଛି ପାଣିପାଗ ବିଭାଗ । ଉଭୟ ସହରରେ ଆଜି ପ୍ରବଳ ଗ୍ରୀଷ୍ମପ୍ରବାହର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି ।

Get real time updates directly on you device, subscribe now.