ଚାରିଆଡ଼େ ଧୂଆଁ, ଶୁଭୁଛି ଖାଲି ଚିତ୍କାର: ପୁଣି ବିମାନରେ ଲାଗିଲା ନିଆଁ, ଥିଲେ 179 ଯାତ୍ରୀ, ଦେଖନ୍ତୁ ଏହି ଛାତିଥରା ଦୃଶ୍ୟ
ଡେନଭର ବିମାନବନ୍ଦରରେ ବଡ଼ ଅଘଟଣ । ବିମାନର ଲାଣ୍ଡିଂ ଗିୟରରେ ଲାଗିଲା ନିଆଁ ।
ଆମେରିକା: ଡେନଭର ବିମାନବନ୍ଦରରେ ବଡ଼ ଅଘଟଣ । ବିମାନର ଲାଣ୍ଡିଂ ଗିୟରରେ ଲାଗିଲା ନିଆଁ । ଏହା ପରେ ଚାରିଆଡ଼େ ଖାଲି ଧୂଆଁ ଧୂଆଁ, ଆଉ ଶୁଭୁଥିଲା ଲୋକଙ୍କର ଆକୂଳ ଚିତ୍କାର । ସେତିକିବେଳେ ବିମାନରେ ଥିଲେ ୧୭୩ ଜଣ ଯାତ୍ରୀ ଏବଂ ୬ ଜଣ କର୍ମଚାରୀ । ତେବେ ବିମାନରେ ଲାଗିବା ପରେ ପ୍ରାଣ ବିକଳରେ ବିମାନରୁ ଓହ୍ଲାଇ ପଡ଼ିଲେ ଯାତ୍ରୀ ।
ନିଆଁ ଲାଗିବା ଦେଖିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ବିମାନରେ ଥିବା ସମସ୍ତ ୧୭୯ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ସେମାନଙ୍କର ମଧ୍ୟରୁ ଜଣେ ଯାତ୍ରୀ ଆହତ ହୋଇଥିବା ଜଣା ପଡ଼ିଛି । ତେବେ ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଲୋକମାନେ ଭୟଭୀତ ହୋଇ ବିମାନରୁ ବାହାରୁଛନ୍ତି।
American Airlines plane caught fire on the tarmac in Denver Colorado! pic.twitter.com/OKQXrQruKY
— Ramdeep Mishra (@ramdeepmishra11) July 26, 2025
ବିମାନର ଚକରେ ନିଆଁ
ମିଆମି ଅଭିମୁଖେ ଯାଉଥିବା AA3023 ବିମାନ ରନୱେରେ ଥିବା ବେଳେ ଚକରେ ନିଆଁ ଲାଗିଥିବା ଦେଖାଯାଇଥିଲା। ବିମାନ ତଳେ ଧୂଆଁ ଉଠିବା ଦେଖି ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ଜରୁରୀକାଳୀନ ସ୍ଲାଇଡ୍ ମାଧ୍ୟମରେ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା।
ସମସ୍ତ 173 ଯାତ୍ରୀ ସୁରକ୍ଷିତ
ଅଧିକାରୀମାନେ କହିଛନ୍ତି ଯେ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି। ଅନ୍ୟ ସମସ୍ତ 173 ଯାତ୍ରୀ ଏବଂ 6 ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ତଥାପି, ବିମାନର ଚକରେ ନିଆଁ ଲାଗିବାର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ଘଟଣାଟି ସ୍ଥାନୀୟ ସମୟ ପ୍ରାୟ 2:45 ରେ ଘଟିଥିଲା । ଆମେରିକୀୟ ଏୟାରଲାଇନ୍ସ ବିମାନର ଚକରୁ ନିଆଁ ବାହାରୁଥିବା ସୂଚନାପାଇ DEN ଦଳ ଏବଂ ଡେନଭର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁ ଲାଗିବା ଯୋଗୁଁ ବିମାନକୁ କିଛି ସମୟ ପାଇଁ ବିମାନବନ୍ଦରରେ ଅଟକାଇବାକୁ ପଡିଥିଲା।
ତେବେ ଉଡ଼ାଣ ଭରିବା ପୂର୍ବରୁ, ବିମାନର ଲ୍ୟାଣ୍ଡିଂ ଗିୟରର ଏକ ଟାୟାରରେ ‘ରକ୍ଷଣାବେକ୍ଷଣ ସମସ୍ୟା’ ଥିଲା ବୋଲି ଆମେରିକୀୟ ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି ।