fbpx

ସିଏଏ ସମର୍ଥନରେ ଶାହାଙ୍କ ସଭା

ଭୁବନେଶ୍ୱର, ୨୮ା୨(ଓଡ଼ିଶା ଭାସ୍କର): ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ  ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବର୍ତ୍ତମାନ ଜନତା ମୈଦାନରେ ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଅମିତ ଶାହାଙ୍କ ବିଶାଳ ମହାସମାବେଶ ଅନୁଷ୍ଠିତ ହୋଇଛି । ସେହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପ୍ରତାପ ଷଡ଼ଙ୍ଗୀ ଓ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି ।
ସେହି ସମାବେଶରେ ଶ୍ରୀଜଗନ୍ନାଥଙ୍କୁ ନମସ୍କାର କରି ଶାହା ତାଙ୍କର ବକ୍ତବ୍ୟ ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ବକ୍ସି ଜଗବନ୍ଧୁ ପରି ଅନେକ ମହାପୁରୁଷ ଏହି ମାଟିକୁ ଗଢ଼ିଛନ୍ତି । ଓଡ଼ିଶା ମୋତେ ଦ୍ୱିତୀୟ ଘର ଭଳି ଲାଗେ ବୋଲି ସେ କହିଛନ୍ତି । ଏହାସହ ଓଡ଼ିଶାରେ ବିରୋଧୀ ଦଳ ଦାୟିତ୍ୱ ବିଜେପିକୁ ମିଳିଛି । ଗତ ନିର୍ବାଚନରେ ୯୧ଲକ୍ଷ ଭୋଟ ବିଜେପିକୁ ମିଳିଥିଲା । ୧୪ହଜାର ବୁଥରେ ବିଜେପି ଆଗରେ ରହିଛି । ସେହିପରି ୫୫ହଜାର ବୁଥରେ ବିଜେପି ଦ୍ୱିିତୀୟ ଥିବା କହିଛନ୍ତି ଅମିତ । ଓଡ଼ିଶାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ମୋଦି ସରକାର । ଓଡ଼ିଶାର ବିକାଶ ପ୍ରତି ବିଜେପିର ଅଙ୍ଗୀକାରବଦ୍ଧତା ଅଛି ବୋଲି ସେ କହିଛନ୍ତି । କଂଗ୍ରେସର ୫୫ବର୍ଷ ଉପରେ ବିଜେପିର ୫ବର୍ଷ ଭାରି ପଡ଼ିଛି । କଂଗ୍ରେସ ନୁହେଁ ବରଂ ବିଜେପି ଶାସନରେ ଓଡ଼ିଶାକୁ ଅଧିକ ଅନୁଦାନ ମିଳିଛି । ୨ଲକ୍ଷ ୧୧ହଜାର ୫୧୦କୋଟି ଅନୁଦାନ ମିଳିଥିବା କହିଛନ୍ତି । ୨୦୨୪ ଭିତରେ ସମସ୍ତଙ୍କ ଘରକୁ ସ୍ୱଚ୍ଛ ପାଣି ଦେବା ଲକ୍ଷ୍ୟ ରହିଛ ବୋଲି ଶାହା କହିଛନ୍ତି ।

Get real time updates directly on you device, subscribe now.