fbpx

ରୋହିତାସ ବର୍ଡରରେ ଅମିତ୍ ଶାହା: capf ଯବାନଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ସୀମାରେ ଅବସ୍ଥିତ ରୋହିତାସ୍ ବର୍ଡର ଗସ୍ତ କରିଛନ୍ତି ଗୃହ ମନ୍ତ୍ରୀ ଅମିତ୍ ଶାହା। ଏହି ଗସ୍ତ ସମୟରେ ଶାହା bsf ଅଧିକାରୀ ମାନଙ୍କୁ ଭେଟିବା ସହିତ ଡିନର ମଧ୍ୟ କରିଥିଲେ। ଏହା ସହିତ ଯବାନ ମାନଙ୍କ ସହିତ ରାତ୍ରି ଯାପନ କରି ନାଇଟ ପେଟ୍ରୋଲ ଉପରେ ନଜର ରଖିବେ ସ୍ଵରାଷ୍ଟ୍ର ମନ୍ତ୍ରୀ। ଯବାନ ମାନଙ୍କୁ ସମ୍ବୋଧିତ କରି ଶାହ କହିଥିଲେ ଆପଣ ମାନଙ୍କ ପାଇଁ ୧୩୦ କୋଟି ଭାରତୀୟ ଶାନ୍ତିରେ ଶୋଇ ପାରୁଛନ୍ତି। ଅନ୍ତର୍ଜାତୀୟ ସୀମାରେ ଶାହ ଭାରତୀୟ ଯବାନଙ୍କ ବେଶ ପ୍ରଶଂସା କରିଥିଲେ।

ସିଏପିଏଫ ଯବାନଙ୍କ ପାଇଁ ମଧ୍ୟ କିଛି ଖାସ ଘୋଷଣା କରାଯାଇଥିଲା। Capf ଯବାନଙ୍କ ପରିବାରକୁ ଏକ ସ୍ବତନ୍ତ୍ର ଆୟୁଷ୍ମାନ ଭାରତ କାର୍ଡ ପ୍ରଦାନ କରାଯିବ। ଏହି କାର୍ଡ ଜରିଆରେ ସେମାନଙ୍କ ପରିବାର ଲୋକେ କୌଣସି ହସ୍ପିଟାଲରେ ଚିକିତ୍ସା ସେବା ପାଇପାରିବେ। ରାଜସ୍ଥାନ bjp ରେ ରାଜନୈତିକ ସଂକଟ ବଢୁଥିବା ବେଳେ ଶାହଙ୍କ ଗସ୍ତ ଅତ୍ୟନ୍ତ ଗୁରୁତ୍ଵ ବହନ କରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ବିଗତ ସପ୍ତାହରେ ୬ ଜିଲ୍ଲାରେ ରାଲି କରିଥିଲେ। ଏହି ରାଲିରେ ବିଭିନ୍ନ ମନ୍ଦିର ବୁଲିବା ସହ କୋଭିଡ ଆକ୍ରାନ୍ତଙ୍କ ପରିବାରକୁ ଭେଟିଥିଲେ। ତେବେ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆଙ୍କ ସହିତ ରାଜେଙ୍କ ସମ୍ପର୍କ ଖରାପ ରହିଛି । ଏହାକୁ ସୁଧାରିବା ପାଇଁ ଶାହା ଉଦ୍ୟମ କରିବା ନେଇ ଆଲୋଚନା ହେଉଛି ।

Get real time updates directly on you device, subscribe now.