fbpx

ଜାରି ରହିଛି ଅଶ୍ଵିନଙ୍କ କମାଲ, ହେଲେ ଚଳିତ ବର୍ଷର ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର

ମୁମ୍ବାଇ : ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହୋଇଛନ୍ତି। ଭାରତର ତୃତୀୟ ସବୁଠୁ ସଫଳ ବୋଲର ଅଶ୍ଵିନ ପାକିସ୍ତାନର ଶାହିନ ଶାହ ଆଫ୍ରିଦିଙ୍କୁ ପଛରେ ପକାଇଛନ୍ତି। ଆଫ୍ରିଦି ଏ ପର୍ଯ୍ୟନ୍ତ ୪୪ ଓ୍ଵିକେଟ୍ ନେଇଥିବା ବେଳେ ଅଶ୍ଵିନ ଏ ପର୍ଯ୍ୟନ୍ତ ୪୮ ଓ୍ଵିକେଟ୍ ନେଇ ସାରିଲେଣି । ଅଶ୍ଵିନ ମୁମ୍ବାଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟର ଦ୍ଵିତୀୟ ଦିନରେ ମାତ୍ର ୮ ରନ ଦେଇ ଚାରି ଓ୍ଵିକେଟ୍ ନେଇଛନ୍ତି।

ଚଳିତ ବର୍ଷ ସବୁଠୁ ଅଧିକ ଓ୍ଵିକେଟ୍ ନେବା ତାଲିକାରେ ପାକିସ୍ତାନର ହସନ ଅଲୀ ତୃତୀୟରେ ଅଛନ୍ତି। ସେ ୮ଟି ଟେଷ୍ଟରେ ୩୯ ଓ୍ଵିକେଟ୍ ଦଖଲ କରିଛନ୍ତି। ଭାରତର ଅକ୍ଷର ପଟେଲ୍ ୫ଟି ଟେଷ୍ଟରେ ୩୫ ଓ୍ଵିକେଟ୍ ସହ ଚତୁର୍ଥ ସ୍ଥାନରେ ରହିଛି। ଇଂଲଣ୍ଡର ଜେମ୍ସ ଆଣ୍ଡରସନ ୩୨ ଓ୍ଵିକେଟ୍ ସହ ପଞ୍ଚମ ସ୍ଥାନରେ ରହିଛନ୍ତି । ଶାହିନଙ୍କ ପାଖରେ ଅଶ୍ଵିନଙ୍କ ରେକର୍ଡ ର ବରାବର କରିବାର ସୁଯୋଗ ରହିବ । ପାକିସ୍ତାନ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍ ଖେଳୁଛି । ଏଥିରେ ଆଫ୍ରିଦିଙ୍କ ପାଖରେ ଓ୍ଵିକେଟ୍ ନେଇ ଅଶ୍ଵିନଙ୍କ ନିକଟତର ହେବାର ସମ୍ଭାବନା ରହିଛି।

ଅଶ୍ଵିନଙ୍କ ବ୍ୟତୀତ ମହମ୍ମଦ ସିରାଜ ଶାଣିତ ବୋଲିଂ କରି ୧୯ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଭାରତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି ମୁମ୍ଵାଇ ଟେଷ୍ଟକୁ ନିଜ ନିୟନ୍ତ୍ରଣରେ ରଖିଛି। ଭାରତୀୟ ଦଳ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଦ୍ଵିତୀୟ ଇନିଂସରେ ବିନା ଓ୍ଵିକେଟରେ ୬୯ ରନ କରିଛି। ଏଥିସହ ଭାରତ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଏବେ ସୁଦ୍ଧା ୩୩୨ ରନରେ ଆଗୁଆ ରହିଛି।

Get real time updates directly on you device, subscribe now.