fbpx

ବିଗ୍ ବି’ଙ୍କ ବଙ୍ଗଳା ‘ପ୍ରତୀକ୍ଷା’କୁ ଭାଙ୍ଗିବ ବୁଲଡୋଜର୍, ଜାଣନ୍ତୁ କାହିଁକି

AAKASH

ନୂଆଦିଲ୍ଲୀ: ବିଗ୍ ବି’ ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ପ୍ରତୀକ୍ଷାକୁ ଭଙ୍ଗାଯିବ । ବୃହନ୍ନମୁମ୍ବାଇ ମହାନଗର ନିଗମ (ବିଏମସି) ବୁଲଡୋଜର ଲଗାଇ ଅମିତାଭଙ୍କ ବଙ୍ଗଳା ଭାଙ୍ଗିବ ବୋଲି ଜଣାପଡ଼ିଛି । ସନ୍ଥ ଜ୍ଞାନେଶ୍ୱର ମାର୍ଗରେ ରାସ୍ତା ପ୍ରଶସ୍ତିକରଣ ପାଇଁ ବିଗ୍ ବି’ଙ୍କ ବଙ୍ଗଳାକୁ ଭାଙ୍ଗିବାକୁ ପୂର୍ବରୁ ୨୦୧୭ ମସିହାରେ ଯୋଜନା ହୋଇଥିଲା । ବିଗ୍ ବି ବେଆଇନ ଭାବେ ରାସ୍ତା ଉପରେ ଘର ନିର୍ମାଣ କରିଥିବାରୁ ତାଙ୍କ ସହ ୭ ଜଣଙ୍କୁ ବିଏମସି ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା ।

ତେବେ ପୁଣି ୪ ବର୍ଷ ପରେ ଉକ୍ତ ପ୍ରସଙ୍ଗ ପୁଣି ଥରେ ଉଠିଛି । ନୋଟିସ୍ ଦିଆଯିବା ପରେ ମଧ୍ୟ ବିଏମସି କାହିଁକି ଅମିତାଙ୍କ ବଙ୍ଗଳା ଭାଙ୍ଗିନଥିଲା ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଜଣାପଡ଼ିଛି ଯେ, ବଙ୍ଗଳାର ୯ ଫୁଟ ପର୍ଯ୍ୟନ୍ତ ଭଙ୍ଗାଯାଇପାରେ । ବିଏମସି ଆକ୍ସନ ମୋଡ଼ରେ ଥିବାରୁ ବଙ୍ଗଳା ଭଙ୍ଗାଗଲେ ପାଚେରୀ ଓ ଅନ୍ୟ କିଛି ଅଂଶ ନଷ୍ଟ ହେବାର ସମ୍ଭାବନା ରହିଛି । ଉକ୍ତ ଅଞ୍ଚଳରେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଟ୍ରାଫିକ ସମସ୍ୟା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ପ୍ରତୀକ୍ଷା ପାଇଁ ତାହା ଅଧାପନ୍ତରିଆ ଭାବେ ପଡ଼ି ରହିଥିବା ନେଇ ଜଣେ କାଉନସିଲର ଗତ ଫେବୃଆରୀ ମାସରେ ବିଏମସି ନିକଟକୁ ଚିଠି ଲେଖିଥିଲେ । ଅମିତାଭଙ୍କ ବଙ୍ଗଳା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପୋଜେକ୍ଟ ହଠାତ୍ ଅଧାରୁ ବନ୍ଦ ହୋଇଯାଇଥିଲା । ଏହିପରି ଏକ ଘଟଣାରେ ଗତ ୨୦୨୦ ମସିହାରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବଙ୍ଗଳାର କିଛି ଅଂଶକୁ ବିଏମସି ଭାଙ୍ଗିଦେଇଥିଲା, ଯାହାକୁ ବମ୍ବେ ହାଇକୋର୍ଟ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇଥିଲା ।

Get real time updates directly on you device, subscribe now.