fbpx
BJD
BJD SKY
BJD SKY

୧ କୋଟି ଟିକାକରଣ ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ରାଜ୍ୟ । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ସଂଖ୍ୟା ୧ କୋଟି ଅତିକ୍ରମ କରିଛି । ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି ।

ଟିକାକରଣ ପାଇଁ ଯୋଗ୍ୟ ବର୍ଗର ବ୍ୟକ୍ତିଙ୍କୁ ନିୟମିତ ଭାବରେ ଭ୍ୟାକ୍ସିନ୍ ଡ୍ରାଇଭରେ ସାମିଲ କରାଯାଇଛି । ରାଜ୍ୟରେ ଟିକାର ଅଭାବ ରହିଥିଲେ ହେଁ ସ୍ୱାସ୍ଥ୍ୟକର୍ମୀଙ୍କ ନିରନ୍ତର ଉଦ୍ୟମ କାରଣରୁ ଓଡିଶା ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସଫଳ ହୋଇଛି । ଏପରି ସଫଳତା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

Get real time updates directly on you device, subscribe now.