fbpx

ଟ୍ୱିଟରରୁ ନୀଳ ଟିକ୍ ହଟାଇବା ଉପରେ ଅମିତାଭ ବଚ୍ଚନଙ୍କ ମଜାଳିଆ ଟ୍ୱିଟ୍

ମୁମ୍ବାଇ: ଶୁକ୍ରବାର ଅକାଳୁ ନିଦ ଭାଙ୍ଗିବା ପରେ ଅନେକ ଭାରତୀୟଙ୍କ ଟ୍ୱିଟର ଆକାଉଣ୍ଟରୁ ନୀଳ ଟିକ୍ ଗାଏବ ଥିଲା। ଯେଉଁଥିରେ ବଡ଼ ବଡ଼ ଫିଲ୍ମ ତାରକାଙ୍କ ସହ ଅନେକ କ୍ରିକେଟର ଏବଂ ରାଜନେତା ମଧ୍ୟ ସାମିଲ ଥିଲେ। ତେବେ ସମସ୍ତଙ୍କ ନୀଳ ଟିକ୍ ଗାଏବ ଖବର ଆସୁ ଆସୁ ଏହାର କାରଣ ମଧ୍ୟ ଜଣା ପଡିଥିଲା। ଶୁକ୍ରବାର ବଡ ପଦକ୍ଷେପ ନେଇ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଅନାଦାୟ ଆକାଉଣ୍ଟ ସହିତ ଅନେକ ସେଲିବ୍ରେଟରଙ୍କ ଟ୍ୱିଟରରୁ ନୀଳ ଟିକ୍ ହଟାଇ ଦେଇଥିଲା।

ଏହି ଘଟଣା ପରେ ଟ୍ୱିଟର ଏହାର ଘୋଷଣାରେ କହିଛି ଯେ, ଭେରିଫାଏଡ ହୋଇଥିବା ଆକାଉଣ୍ଟରୁ ମାଗଣା ନୀଳ ଟିକସ ହଟାଇ ଦିଆଯାଇଛି। ଏହି ପ୍ରକ୍ରିୟାରେ ଟ୍ୱିଟରରେ ବଲିଉଡର ସମ୍ରାଟ ଅମିତାଭ ବଚ୍ଚନଙ୍କ ଠାରୁ ବ୍ଲୁ ଟିକ୍ ମଧ୍ୟ ଛଡ଼ାଇ ନିଆଯାଇଥିଲା। ତେବେ ବିଗ୍ ବି’ଙ୍କ ନୀଳ ଟିକ୍ ଅପସାରଣ ଉପରେ ପ୍ରତିକ୍ରିୟା ଦେଇଛନ୍ତି।

ଅମିତାଭ ବଚ୍ଚନ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରି ଲେଖିଛନ୍ତି, “T 4623 ଏକ ଟ୍ୱିଟର ଭାୟା! ଆପଣ ଶୁଣୁଛନ୍ତି କି? ବର୍ତ୍ତମାନ ଆମେ ମଧ୍ୟ ଟଙ୍କା ଭରିଛୁ … ତେଣୁ ଆମ ନାମ ସାମ୍ନାରେ ଥିବା ନୀଳ ଟିକ୍ କୁ ଫେରାଇ ଦିଅନ୍ତୁ, ଯାହା ଦ୍ୱାର ଲୋକମାନେ ଜାଣିପାରିବେ ଯେ ଆମେମାନେ ଅଛୁ। ମୁଁ ଅମିତାଭ ବଚ୍ଚନ- ହାତ ଯୋଡୁଛି, ଏବେ କ’ଣ ଗୋଡ ଯୋଡିବି କି ??

ଏଥି ସହିତ ଅମିତାଭ ବଚ୍ଚନଙ୍କ ଏହି ଟ୍ୱିଟରେ ପ୍ରଶଂସକମାନେ ମଧ୍ୟ ମଜାଳିଆ ମନ୍ତବ୍ୟ ଦେଉଛନ୍ତି।

ବ୍ଲୁ ସବସ୍କ୍ରିପସନ୍ ର ମୂଲ୍ୟ କ’ଣ?
ବ୍ଲୁ ସବସ୍କ୍ରିପସନର ମୂଲ୍ୟ ବିଭିନ୍ନ ଦେଶ ପାଇଁ ଭିନ୍ନ ମୂଲ୍ୟ ରହିଛି। ଭାରତରେ ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ମାଧ୍ୟମରେ ସବସ୍କ୍ରିପସନ୍ ମାସକୁ ୯୦୦ ଟଙ୍କା ଅଟେ। ଟ୍ୱିଟର ୱେବସାଇଟରେ ଏହାର ମୂଲ୍ୟ ମାସକୁ ୬୫୦ ଟଙ୍କାକୁ ଆସିଥାଏ। ଆବଶ୍ୟକ ଟଙ୍କା ଦେଇ ୟୁଜର୍ସମାନେ ଏହାର ବାର୍ଷିକ ସଦସ୍ୟତା ମଧ୍ୟ ନେଇପାରିବେ। ଏହାର ମୂଲ୍ୟ ଟିକେ ଶସ୍ତା ଅଟେ।

Get real time updates directly on you device, subscribe now.