fbpx

(Video) ଅମିତାଭ ବଚ୍ଚନଙ୍କ ଭିଡିଓ ଶେୟାର କଲେ IAS: କହିଲେ ଧନୀ ହେବାର ରହସ୍ୟ…

ସୋସିଆଲ ମିଡିଆରେ ସବୁବେଳେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । ଯେଉଁଥିରେ ଅନେକ ମଜାଦାର ଘଟଣା ଥାଏ ତ’ ପୁଣି କେତେବେଳେ ଲୋକଙ୍କୁ ଭାବବିହ୍ୱଳ କରିବା ଭଳି । ସେହିଭଳି ଅନେକ ଥର ଆମକୁ ଏଭଳି ଜ୍ଞାନ ମିଳିଥାଏ ଯାହା ବୋଧହୁଏ ଆପଣ ଜୀବନରେ କୌଣସି ବହିରେ ପାଇବେ ନାହିଁ । ଏଭଳି ଏକ ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ଯେଉଁଥିରେ ଆଇଏଏସ ଅଧିକକାରୀ ଶେୟାର କରିଛନ୍ତି । ଯାହାକୁ ଦେଖିବା ପରେ ଆପଣ ମଧ୍ୟ ବୁଝିଯିବେ ଯେ ଜୀବନରେ ବଡ଼ ସେ ନୁହେଁ ଯେ ନିଜଠାରୁ ଛୋଟ ଉପରେ ହୁକୁମ କରିଥାଏ ବରଂ ବଡ଼ ସେ ଯିଏ ନିଜଠାରୁ ଛୋଟକୁ ବଡ଼ ବନାଏ ।

ପ୍ରକୃତରେ ଭାଇରାଲ ହେଉଥିବା ଭିଡିଓ କେବିସିର  । ଯେଉଁଠାରେ ଅମିତାଭ ବଚ୍ଚନ ଏକ ଏଭଳି କାହାଣୀ ଶୁଣାଇଥିଲେ ଯାହା ଆପଣଙ୍କ ଜୀବନରେ ନିଶ୍ଚୟ ଛାପ ଛାଡ଼ିବ । ବିଗ ବି କହୁଛନ୍ତି ଯେ କିପରି ୯ ନମ୍ବର ପ୍ରଥମ ଦିନ ସ୍କୁଲ ପହଞ୍ଚି ୮ ନମ୍ବରକୁ ଚାପୁଡ଼ା ମାରୁଛି ଏବଂ ଏହାପରେ ସବୁ ନମ୍ବର ନିଜ ଠାରୁ ଛୋଟ ନମ୍ବରକୁ ଚାପୁଡ଼ା ମାରୁଛନ୍ତି କିନ୍ତୁ ଯେତେବେଳେ ୧ ଆଉ ୦ ର ପାଳି ପଡ଼ୁଛି ତେବେ ୧ ଶୂନ୍ୟକୁ କହୁଛି ଯେ ମୁଁ ତତେ ମାରିବି ନାହିଁ ତୁ ମତେ ଡରନାହିଁ । ଏତିକି କହି ସେ ଏକ ପାଖରେ ଛିଡ଼ା ହେଉଛି, ଯାହା ୧୦ ହେଉଛି ।

ଏହି କାହଣୀରୁ ଆମକୁ ଏହା ଶିକ୍ଷା ମିଳୁଛି ଯେ ବଡ଼ ସବୁବେଳେ ସିଏ ଯିଏ ନିଜଠାରୁ ଛୋଟଙ୍କୁ ବଡ଼ କରାଏ ନା କି ତାଙ୍କର ଶୋଷଣ କରେ । ଏହି ଭିଡିଓକୁ ଆଇଏଏସ ଅୱନିଶ ଶରଣ ସେୟାର କରିଛନ୍ତି । ଯାହାକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି । ଏହାକୁ ନେଇ ଅନେକ ସେମାନଙ୍କର କମେଣ୍ଟ ମଧ୍ୟ ରଖୁଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.