fbpx
BSKY SKY
BSKY SKY

ଏଥର ପ୍ରଧାନମନ୍ତ୍ରୀ ହେବେ ସୁପରଷ୍ଟାର ଅମିତାଭ ବଚ୍ଚନ! ଖୁବଶୀଘ୍ର ହେବ ଘୋଷଣା

BSKY

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଖୁବ ଉଚ୍ଚକୋଟୀର ରହିଛି । ଭାରତ ସମେତ ଅନ୍ୟାନ୍ୟ ଦେଶର ସାଧାରଣ ଜନତା ଏବଂ ନେତା ରାଜନେତା ମଧ୍ୟ ମୋଦୀଙ୍କୁ ଖୁବ ଭଲ ପାଆନ୍ତି ଏବଂ ପ୍ରଶଂସା ମଧ୍ୟ କରିଥାନ୍ତି । ସେ ଯୁଆଡେ ବି ଯାଆନ୍ତି ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ି ଆସନ୍ତି । ସେହିଭଳି ବଲିଉଡ ଜଗତରେ ବିଗ୍ ବି’ ଅମିତାଭ ବଚ୍ଚନ ମଧ୍ୟ ମୋଦୀଙ୍କ ଭଳି ଖୁବ ଲୋକପ୍ରିୟ । ଦେଶ ବାହାରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି । ତେଣୁ ଆଗାମୀ ଭବିଷ୍ୟତରେ ତାଙ୍କୁ ପ୍ରଧାନମନ୍ତ୍ରୀ ରୂପରେ ଦେଖାଯିବା ନେଇ ଯୋଜନା ଚାଲିଛି ।

ତେବେ ପ୍ରକୃତ ଘଟଣା ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବାୟୋପିକ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି ପ୍ରଯୋଜକ ପ୍ରେରଣା ଅରୋରା । ‘ଟଏଲେଟ-ଏକ ପ୍ରେମ କଥା’ ଚଳଚ୍ଚିତ୍ରର ଅପୂର୍ବ ସଫଳତା ପରେ ଏବେ ମୋଦୀଙ୍କୁ ନେଇ ନୂଆ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି ପ୍ରେରଣା । ତେବେ ଏହି ଚଳଚ୍ଚିତ୍ରରେ ବଲିଉଡର ଶେହନଶାହ ବିଗ୍ ବି’ ଅମିତାଭ ବଚ୍ଚନଙ୍କୁ ସେ ମୋଦୀଙ୍କ ଭୂମିକାରେ ନେବା ପାଇଁ ଯୋଜନା କରୁଛନ୍ତି । ମୋଦୀଙ୍କ ଭଳି ଜଣେ ହ୍ୟାଣ୍ଡସମ ଏବଂ ଡାଇନାମିକ ବ୍ୟକ୍ତିତ୍ୱଙ୍କୁ ନେଇ ଏକ ଦମଦାର ସିନେମା ପ୍ରସ୍ତୁତ କରାଯାଇ ପାରିବ । ତେବେ ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ହିଁ ଫିଟ ହୋଇପାରିବେ ବୋଲି ଚିନ୍ତା କରୁଛନ୍ତି ପ୍ରେରଣା । ଏକ ଇଣ୍ଟରଭ୍ୟୁରେ ପ୍ରେରଣା ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୋଦୀଙ୍କ ଡ୍ରେସିଙ୍ଗ ସେନ୍ସ ଏବଂ ତାଙ୍କ ପୋଷାକରୁ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ । ତେଣୁ ବିଗ୍ ବି’ ଅମିତାଭ ବଚ୍ଚନ ଏଥିପାଇଁ ସର୍ବଶ୍ରେଷ୍ଠ ଅଭିନେତା ହୋଇପାରିବେ ବୋଲି କହିଛନ୍ତି ପ୍ରେରଣା ।

ତେବେ ମୋଦୀଙ୍କ ଭଳି ପବ୍ଲିକ ଫିଗରଙ୍କ ସମ୍ପର୍କରେ ଲୋକମାନଙ୍କର ଅଳଗା ଚିନ୍ତାଧାରା ଥାଇପାରେ । କିନ୍ତୁ ଏଭଳି ବ୍ୟକ୍ତିତ୍ୱଙ୍କ ଉପରେ ମୂଲ୍ୟାଙ୍କନ କରିବାକୁ ଯିବା ବେଳେ ତାଙ୍କର ଆକ୍ସନ, ପିଲିସ ଏବଂ ଏହାର ସମାଜ ପ୍ରତି କ’ଣ ପ୍ରଭାବ ରହିବ ଏସବୁ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ । ସୂଚନା ଥାଉ କି, ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଏକ ବାୟୋପିକ୍ ପ୍ରସ୍ତୁତ ହୋଇସାରିଛି । ଏହି ଚଳଚ୍ଚିତ୍ରରେ ବଲିଉଡର ବିବେକ ଓବ୍ରୋୟ ମୋଦୀଙ୍କ ଭୂମିକାରେ ନଜର ଆସିଥିଲେ ।

Get real time updates directly on you device, subscribe now.