fbpx

ଏଭଳି ଅଭ୍ୟାସ ଠାରୁ ନିଜକୁ ଦୂରେଇ ରୁହନ୍ତୁ, ନଚେତ ପଡିପାରେ ନବଗ୍ରହଙ୍କର ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତି ପୃଥିବୀରେ ଜନ୍ମ ହେବା କ୍ଷଣି ନବଗ୍ରହଙ୍କର ଶୁଭ ଓ ଅଶୁଭ ପ୍ରଭାବ ତାହା ସହିତ ଯୋଡି ହୋଇଥାଏ । ବେଳେ ବେଳେ ନବଗ୍ରହଙ୍କର ପ୍ରଭାବରେ ମଣିଷକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ମଣିଷର ଏଭଳି କିଛି ଖରାପ ଅଭ୍ୟାସ ଅଛି ଯାହା ଦ୍ୱାରା ଜୀବନରେ ଅନେକ ବାଧା ଉପୁଜିଥାଏ । ଯଦି ଆପଣଙ୍କ ଜୀବନରେ ମଧ୍ୟ ଏଭଳି ସମସ୍ୟା ଲାଗି ରହିଛି ଓ ଅନେକ ଚେଷ୍ଟା ପରେ ମଧ୍ୟ ଏହା କମ୍ ହେଉନାହିଁ । ତେବେ ଆପଣଙ୍କର ଏହି ଅଭ୍ୟାସ ଗୁଡିକ ତୁରନ୍ତ ବଦଳାନ୍ତୁ । ତେବେ କେଉଁ ଅଭ୍ୟାସ କାରଣରୁ ମଣିଷ ଜୀବନରେ ସମସ୍ୟା ଦେଖା ଦେଇଥାଏ ଆସନ୍ତୁ ଜାଣିବା ।

  • ଯଦି ଆଣ ସବୁବେଳେ ନିଜ ବାଥରୁମକୁ ଅପରିଷ୍କାର ରଖୁଛନ୍ତି ତେବେ ଏଭଳି ଅଭ୍ୟାସକୁ ତୁରନ୍ତ ବଦଳାନ୍ତୁ । କାରଣ ଏହା କରିବା ଦ୍ୱରା ରାହୁ-କେତୁଙ୍କର ଖରାପ ପ୍ରଭାବ ପଡିଥାଏ । ଜ୍ୟୋତିଷଙ୍କ ଅନୁସାରେ ମଇଳା ବାଥରୁମ କାରଣରୁ ଜଣେ ମଣିଷକୁ ହଠାତ୍ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।
  • ଯଦି ଆପଣଙ୍କର ଘରେ କିମ୍ବା ବାହାରେ ବାରମ୍ବାର ଛେପ ପକାଇବାର ଅଭ୍ୟାସ ଅଛି ତେବେ ଏଭଳି ଅଭ୍ୟାସକୁ ଶୀଘ୍ର ବଦଳାନ୍ତୁ । ନଚେତ ଆପଣଙ୍କର ମାନ-ସମ୍ମାନ ହାନି ଘଟିପାରେ । ଜ୍ୟୋତିଷଙ୍କ ଅନୁସାରେ ଯେକୌଣସି ସ୍ଥାନରେ ବାରମ୍ବାର ଛେପ ପକାଇବା ଦ୍ୱାରା ମଣିଷର କୁଣ୍ଡଳୀରେ ବୁଧ ଗ୍ରହ ପ୍ରଭାବିତ ହୁଏ ଏବଂ ଏହି କାରଣରୁ ବ୍ୟକ୍ତିଙ୍କ ପ୍ରତିଷ୍ଠା ଉପରେ ଖରାପ ପ୍ରଭାବ ପଡିଥାଏ ।
  • ଅନେକ ଲୋକ ଚାଲିବା ସମୟରେ ପ।ଦକୁ ମାଟିରେ ଘୋଷାଡି ଚାଲିବାର ଅଭ୍ୟାସ ଥାଏ । ଜ୍ୟୋତିଷଙ୍କ ଅନୁସାରେ ଏଭଳି ଅଭ୍ୟାସ କାରଣରୁ ରାହୁଙ୍କ ଖରାପ ଦୃଷ୍ଟି ପଡିଥାଏ । ଯେଉଁ କାରଣ ପାଇଁ ବ୍ୟକ୍ତିକୁ ସବୁବେଳେ ମାନସିକ ଓ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।
  • ଯଦି ଆପଣଙ୍କ ପିନ୍ଧା ଜୋତାକୁ ଘରେ ଏଣେତେଣେ କରି ରଖୁଛନ୍ତି ତେବେ ଏଭଳି ଖରାପ ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ । ଏମିତି କରିବା ଦ୍ୱାରା ବ୍ୟକ୍ତିଙ୍କ ଉପରେ ଶନି ଦୋଷ ଲାଗିଥାଏ ।
  • ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେଉଁ ଲୋକ ଖାଇସାରିବା ପରେ ଅଇଁଠା ବାସନକୁ ଖାଇବା ସ୍ଥାନରେ ଛାଡିଥାନ୍ତି ସେମାନଙ୍କୁ ଚନ୍ଦ୍ର ଓ ଶନିଙ୍କ କୋପଦୃଷ୍ଟିର ଶୀକାର ହେବାକୁ ପଡ଼ିଥାଏ । ଏହା ସହ ଖାଇବା ବାସନରେ ହାତ ଧୋଇଲେ ଆପଣଙ୍କ ଜୀବନରେ ସମସ୍ତ ପ୍ରକାର ମାନସିକ ଓ ଆର୍ଥିକ ସମସ୍ୟା ମାମ୍ନା କରିବାକୁ ପଡିାରେ ।
  • ଘରେ ଶୁଖିଯାଇଥିବା ଗଛକୁ ରଖନ୍ତୁ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁଖିଲା ଗଛ ଘରେ ନକରାତ୍ମକ ପ୍ରଭାବକୁ ବୃଦ୍ଧି କରିଥାଏ ।

Get real time updates directly on you device, subscribe now.