fbpx
BSKY SKY
BSKY SKY

ବ୍ରେଡ ଖାଇବାର ସଠିକ ସମୟ : ଏହାକୁ ରାତିରେ ଖାଇବା ଉଚିତ୍‌ କି ?

BSKY

ଭୁବନେଶ୍ୱର : କେତେକ ଲୋକଙ୍କର ସକାଳ ଜଳଖିଆରେ ବ୍ରେଡ ଜରୁରୀ ଅଟେ । କିଛି ଲୋକ ଏଥିରେ ବଟର କିମ୍ବା ଜାମ ଲଗାଇ ଖାଇଥାନ୍ତି । ଅନ୍ୟ କେତେକ ଲୋକ ବ୍ରେଡକୁ ଚାହା ସହ ମିଶାଇ ଖାଇବା ପସନ୍ଦ କରିଥାନ୍ତି । ବ୍ରେଡକୁ ଲୋକେ ନିଜ ନିଜର ଇଛା ଅନୁସାରେ ଖାଇଥାନ୍ତି । ତେବେ କିଛି ଲୋକ ଏପରି ବି ଅଛନ୍ତି ଯାହାକୁ ରାତିରେ ମଧ୍ୟ ବ୍ରେଡ ଖାଇବାକୁ ପସନ୍ଦ ଥାଏ । ଯଦି ଆପଣ ମଧ୍ୟ ଏଭଳି ଭୁଲ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ।

ରାତିରେ ବ୍ରେଡ ଖାଇବା ଠାରୁ ଦୂରେଇ ରହିବା ଉଚିତ, କାହିଁକି ନା ଏହା ଦ୍ୱାରା ଆପଣଙ୍କ ରକ୍ତରେ ଶର୍କରାର ସ୍ତର ବଢିଥାଏ । ଆପଣଙ୍କ ହଜମ ପ୍ରକ୍ରିୟାରେ ସମସ୍ୟା ହୋଇପାରେ । ଏସିଡିଟି ହେବା ସହିତ ପାଚନ ସହ ଜଡିତ ଅନେକ ସମସ୍ୟା ହୋଇପାରେ । କେବଳ ଏହା ହିଁ ନୁହେଁ, ରାତିରେ ବ୍ରେଡକୁ ଖାଇବା ଫଳରେ ରାତିରେ ଶୋଇବାରେ ମଧ୍ୟ ବାଧା ଉପୁଜି ପାରେ ।

ରାତିରେ ବ୍ରେଡ ଖାଇବା ଦ୍ୱାରା ଡାଇବେଟିସର ରୋଗ ହୋଇପାରେ । ଓଜନ ଶୀଘ୍ର ବଢାଇଥାଏ । କୋଷ୍ଠକାଠିନ୍ୟର ସମସ୍ୟା ହୋଇପାରେ । ଏହା ବ୍ୟତୀତ, ଯଦି ଆପଣଙ୍କର ପେଟ ଏବଂ ଲିଭର ସହ ଜଡିତ ସମସ୍ୟା ହୋଇଥାଏ । ତେବେ ଏହା ।ାପଣଙ୍କ ସମସ୍ୟା ଅଧିକ ବଢାଇଥାଏ ।

ବ୍ରେଡକୁ ଖାଇବା ପୂର୍ବରୁ ଆପଣଙ୍କୁ ଏହାର ଖାଇବାର ସଠିକ ସମୟ ଜାଣିବା ନିହାତି ଆବଶ୍ୟକ । ବ୍ରେଡ ଖାଇବାର ସଠିକ ସମୟ ହେଉଛି ଦ୍ୱିପହରରେ ଖାଇବା । ଏହି ସମୟରେ ଖାଇବା ଦ୍ୱାରା ଆପଣଙ୍କୁ ଶକ୍ତି ମିଳିଥାଏ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ପେଟ ପୂରା ହୋଇ ରହିଥାଏ । ଦ୍ୱିପହରରେ ଖାଇବା ଦ୍ୱବାରା ତାହା ସହଜରେ ହଜମ ହୋଇଥାଏ ।

ବ୍ରେଡ ଖାଇବାର ସଠିକ ସମୟ ଜାଣିବା ସହିତ ଆପଣଙ୍କୁ ଏହା ମଧ୍ୟ ଜାଣିବା ଦରକାର ଯେ ଏକଉଁ ବ୍ରେଡଖାଇବା ଶରୀର ପାଇଁ କ୍ଷତିକାରକ ନୁହେଁ ।

ମଇଦାରେ ତିଆରି ବ୍ରେଡ ଖାଇବା ଠାରୁ ଆପଣ ଦୂରେଇ ରହିବା ଉଚିତ । ଆପଣ ସାଗୁ ଏବଂ ଗହମରେ ତିଆରି ବ୍ରେଡ ଖାଇବା ଶରୀର ପାଇଁ ବହୁତ ଉପକାରୀ । ବ୍ରାଉନ ବ୍ରେଡକୁ ମଧ୍ୟ ଆପଣ ଖାଇ ପାରିବେ । କାହିଁକି ନା ଏହା ଶରୀରକୁ କୌଣସି କ୍ଷତି ପହଞ୍ଚାଏ ନାହିଁ ।

Get real time updates directly on you device, subscribe now.