fbpx
BJD SKY
BJD SKY

ଫେସବୁକ୍‌ରେ କୌଣସି ସେଲିବ୍ରିଟି, ସଂପର୍କୀୟ କିି ଖାସ୍ ବ୍ୟକ୍ତିଙ୍କୁ ଫଲୋ କରନ୍ତିନି ଅମିତାଭ, ତେବେ କାହାକୁ ଫଲୋ କରନ୍ତି?

BJD

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଗତ ୫ ଦଶକରୁ ବଲିଉଡ୍‌ରେ ସକ୍ରିୟ ରହିଛନ୍ତି । ଫିଲ୍ମ ସହିତ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବି ବହୁତ ଆକ୍ଟିଭ୍ ରହିଥାନ୍ତି । ବିଭିନ୍ନ ସୋସିଆଲ ନେଟୱାର୍କିଂ ସାଇଟ୍‌ରେ ତାଙ୍କର କୋଟି କୋଟି ଫ୍ୟାନ୍ସ ରହିଛନ୍ତି । ସେ ଏହି ପ୍ଲାଟଫର୍ମ ଜରିଆରେ ନିଜର ଫ୍ୟାନ୍ସଙ୍କ ସହ ଜଡିତ ରହିବା ସହ ନିଜ ଅପଡେଟ୍ ମଧ୍ୟ ଲୋକଙ୍କୁ ଦେଇଥାନ୍ତି । ଫେସବୁକ୍ ଠାରୁ ଇନଷ୍ଟାଗ୍ରାମ ପର୍ଯ୍ୟନ୍ତ ତାଙ୍କୁ ଲକ୍ଷ ଲକ୍ଷ ଲୋକ ଫଲୋ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଫେସବୁକ୍‌ରେ ଅମିତାଭ କେବଳ ଜଣଙ୍କୁ ଫଲୋ କରିଥାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ସେ ଯାହାକୁ ଫଲୋ କରୁଛନ୍ତି ସେ କୌଣସି ସେଲିବ୍ରିଟି କି ବଡ ନାମ ନୁହଁନ୍ତି କିମ୍ବା ତାଙ୍କର କୌଣସି ସଂପର୍କୀୟ ନୁହଁନ୍ତି । ତେବେ ଅମିତାଭଙ୍କ ସହ ତାଙ୍କର କେବଳ ହୃଦୟର ସଂପର୍କ ରହିଛି ।

ଏହି ବ୍ୟକ୍ତି ହେଉଛନ୍ତି ଅବନୀ ରାଠୀ ଯିଏକି ଦୃଷ୍ଟିହୀନ । ଅମିତାଭଙ୍କ ସହ ତାଙ୍କର ସାକ୍ଷାତ ରିଅଲିଟି କ୍ୱିଜ୍ ଶୋ’ କୌନ ବନେଗା କରୋଡପତିର ଚତୁର୍ଦ୍ଦଶ ଅଧ୍ୟାୟର ସେଟ୍‌ରେ ହୋଇଥିଲା ।
ଅବନୀ ଜଣେ ଲେଖିକା, ଗୀତିକାର ଓ ସଙ୍ଗୀତକାର । ୨୦୨୨ରେ ଅମିତାଭ ନିଜ ବ୍ଲଗରେ ଅବନୀଙ୍କ କଥା ଉଠାଇଥିଲେ । ଅମିତାଭ କହିଥିଲେ ସେଟ୍‌ରେ ସେ ଅବନୀକୁ ଆଦର କରିବା ସହ ତାଙ୍କୁ ଏହି ଅନୁଭବ ଦେଇଥିଲେ କି ଅମିତାଭ ତାଙ୍କ ପାଖରେ ଅଛନ୍ତି । ଅବନୀ ଅମିତାଭଙ୍କୁ କହିଥିଲେ କି ସେ ବିଗ୍ ବି’ଙ୍କ ଫିଲ୍ମ ବିଷୟରେ ଜାଣନ୍ତି ।

ଅମିତାଭ କହିଛନ୍ତି ୨୦୧୯ରେ ମୋ ଜନ୍ମଦିନରେ ଅବନୀ ମୋତେ ପତ୍ର ଲେଖିଥିଲେ । ଏହା ସହିତ ସୋସିଆଲ ମିଡିଆରେ ସେ ମୋତେ ଫଲୋ କରୁଛନ୍ତି ବୋଲି କହିଥିଲେ । ଏହାପରେ ଅମିତାଭ ବି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି ସେ ବି ତାଙ୍କୁ ସୋସିଆଲ ମିଡିଆରେ ଫଲୋ କରିବେ । ଏହାପରେ ସେ ଅବନୀଙ୍କୁ ଫେସବୁକ୍‌, ଇନଷ୍ଟା ଓ ଟୁଇଟରରେ ଫଲୋ କରିଥିଲେ ।

Get real time updates directly on you device, subscribe now.