fbpx

ଚତୁର୍ଥ ଟେଷ୍ଟ ମ୍ୟାଚ ବିଜୟର ପ୍ରକୃତ ହିରୋ କିଏ: କେଉଁ ଭୁଲ୍ କାରଣରୁ ଇଂଲଣ୍ଡ ହାରିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜକୁ ଆଗୁଆ କବଜା କରିନେଇଛି ଟିମ୍ ଇଣ୍ଡିଆ । ଅନ୍ତିମ ଟେଷ୍ଟ ବାକି ଥିବାବେଳେ ଭାରତ ସିରିଜରେ ୩-୧ରେ ଆଗୁଆ ରହିଛି । ଚତୁର୍ଥ ଟେଷ୍ଟକୁ ଭାରତ ୫ ୱିକେଟରେ ଜିତି ନେଇଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଉଚ୍ଚକୋଟୀର ପ୍ରଦର୍ଶନ କରିବା ସହ ସମସ୍ତ ଖେଳାଳିଙ୍କ ଅବଦାନ ପାଇଁ ଦଳ ସିରିଜ ଜିତିବା ସମ୍ଭବ ହୋଇଛି । ତେବେ ୧-୨ଟି ବଡ଼ ଭୁଲ୍ ପାଇଁ ଇଂଲଣ୍ଡ ହାତରୁ ଭାରତ ମ୍ୟାଚ ଛଡ଼ାଇ ଆଣିବାରେ ସଫଳ ହୋଇଥିଲା ।

ମ୍ୟାଚର ତୃତୀୟ ଦିନ ବିଜୟ-ପରାଜୟର ଫଳାଫଳ ଏକପ୍ରକାର ନିର୍ଦ୍ଧାରଣ କରିସାରିଥିଲା । ଭାରତ ୧୭୭ ରନରେ ୭ଟି ୱିକେଟ ହରାଇ ସଂଘର୍ଷ କରୁଥିବା ବେଳେ ଇଂଲଣ୍ଡ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ରୋକିବାରେ ଅସମର୍ଥ ହୋଇଥିଲା । ବିଶେଷ କରି ଭାରତୀୟ ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲଙ୍କ (୯୦) ଓ କୁଲଦୀପ ଯାଦବଙ୍କ (୨୮) ରନର ଇନିଂସ ଟିମ୍ ଇଣ୍ଡିଆର ସ୍ଥିତିକୁ ମଜବୁତ କରିପାରିଥିଲା । କୁଲଦୀପ ୧୩୧ଟି ବଲର ସମ୍ମୁଖୀନ ହୋଇ ଜଣେ ବ୍ୟାଟ୍ସମ୍ୟାନଙ୍କ ପରି ଖେଳିଥିଲେ ।

ସେହିପରି ଦ୍ୱିତୀୟ ଇନିଂସରେ ଭାରତୀୟ ସ୍ପିନ ଜାଲରେ ଜାଲରେ ଛନ୍ଦିହୋଇ ଇଂଲଣ୍ଡ ମାତ୍ର ୧୪୫ ରନରେ ଅଲଆଉଟ୍ ହୋଇଯାଇଥିଲା । ରବିଚନ୍ଦ୍ରନ ଅଶ୍ୱିନ ଓ କୁଲଦୀପ ଯାଦବ ଯଥାକ୍ରମେ ୫ଟି ଓ ୪ଟି ୱିକେଟ ନେଇ ଇଂଲଣ୍ଡକୁ ଧରାଶାୟୀ କରିଦେଇଥିଲେ । ୧୯୨ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ ଭାରତ ସଙ୍କଟରେ ପଡ଼ିଥିବା ବେଳେ ଶୁବମନ ଗିଲ ଓ ଧ୍ରୁବ ଦଳକୁ ଉଦ୍ଧାର କରିଥିଲେ । ଏହି ସିରିଜରେ ଧ୍ରୁବ ଓ କୁଲଦୀପ ଉଭୟ ଇନିଂସରେ ଭଲ ପ୍ରଦର୍ଶନ କରିଥିଲେ । ଅଧିନାୟକ ରୋହିତ ଶର୍ମା ମଧ୍ୟ ଠିକଣା ସମୟରେ ଅର୍ଦ୍ଧଶତକ ହାସଲ କରି ନିଜ ଫର୍ମର ପରିଚୟ ଦେଇଥିଲେ । ପ୍ରଥମ ଇନିଂସରେ ଇଂଲଣ୍ଡ ଭଲ ବ୍ୟାଟିଂ କରିଥିଲେ ହେଁ ଦ୍ୱିତୀୟ ଇନିଂସରେ ଦୁର୍ବଳ ବ୍ୟାଟିଂ ଓ ବୋଲିଂ କାରଣରୁ ପରାଜିତ ହୋଇଥିଲା ।

 

Get real time updates directly on you device, subscribe now.