fbpx

(VIDEO) ଅକ୍ଳାନ୍ତଙ୍କ ଏକାଦଶରେ ଭାଇ ଝୁରି କାନ୍ଦୁଛନ୍ତି ଅଭିିନେତା ଅମ୍ଳାନ; ମନେପକାଉଛନ୍ତି ପିଲାଦିନର ଅଭୁଲା ସ୍ମୃତି

କଟକ:ଅକ୍ଳାନ୍ତ ମୃତ୍ୟୁକୁ ଚାହୁଁ ଚାହୁଁ ୧୦ ଦିନ ବିତିଗଲା । ଆଜି ହେଉଛି ଅକ୍ଳାନ୍ତଙ୍କ ଏକାଦଶ ଆଉ ଭାଇର ସ୍ମୃତିକୁ ମନେ ପକାଇ ଭୋ ଭୋ ହୋଇ କାନ୍ଦୁଛନ୍ତି ଅଭିନେତା ଅମ୍ଳାନ । ବାପା ମା ଙ୍କ ପରେ ଭାଇ ହିଁ ଥିଲା ତାଙ୍କର ଏକମାତ୍ର ସାହାରା । ଯିଏକି ଗତ ୨୪ ତାରିଖ ଦିନ ରାତି ୧୨.୩ ରେ ଭାଇକୁ ସବୁଦିନ ପାଇଁ ପର କରି ଚାଲିଗଲା, ଆଉ ଏକ ଅଫେରା ରାଇଜକୁ । । ତେବେ ସେଦିନ ଅଭିନେତା ଅମ୍ଳାନ କାଙ୍କର ଫିଲ୍ମ ସୁଟିଂରେ ବ୍ୟସ୍ତ ଥାନ୍ତି । ହଠାତ୍ ଅମ୍ଳାନ ନିକଟକୁ ଏକ ଫୋନ୍ କଲ ଆସିଲା । ଆଉ ସେପଟୁ ଶୁଭିଲା ଚିକିରେ ରିକି ଆଉ ନାହିଁ । ତେବେ ହଠାତ୍ ଭାଇର ମୃତ୍ୟୁ ଖବର ଶୁଣି ଅମ୍ଳାନ କିଛି ସମୟ ପାଇଁ ଅବାକ ହୋଇଗଲେ ଆଉ କଥାଟିକୁ ସହଜରେ ବିଶ୍ୱାସ ମଧ୍ୟ କରିପାରିଲେ ନାହିଁ । ତେବେ ସତରେ କଣ ରିକି ମୋତେ ଛାଡିକି ଚାଲିଗଲା । ଏପରି କହି ଭୋ ଭୋ ହୋଇ କାନ୍ଦି ପକାଇଲେ ଅମ୍ଲାନ ।

ତେବେ ଆଜି ଭାଇର ମୃତ୍ୟୁକୁ ୧୦ ଦିନ ପୁରିଥିବା ବେଳେ ଭାଇ ଅମର ଆତ୍ମାର ସଦଗତି ପାଇଁ ପୂଜାରେ ବସିଛନ୍ତି ଅମ୍ଳାନ । ଭାଇକୁ ନେଇ କେତେ କଣ ଭାବିଥିଲେ ଅଭିନେତା ଅମ୍ଳାନ, ଭାଇ ପାଇଁ କିଛି କରିବି । ବାପା ଗଲାବେଳେ ଗୋଟିଏ କଥା କହିଥିଲେ ଚିକିରେ ତୋତେ ରିକି ଲାଗିଲା । କିନ୍ତୁ ମୁଁ ବାପାଙ୍କୁ ଦେଇଥିବା କଥାକୁ ରଖିପାରିଲିନି । ଭଗବାନ ତୋତେ ମୋ ପାଖରୁ ସବୁଦିନ ପାଇଁ ଛଡେଇ ନେଲେ । ମୋ ଭାଇ କଣ ତୁମର ଦୋଷ କରିଥିଲା ଭଗବାନ ଏତେ ଜଲଦି ତାକୁ ଏତେବଡ ଶାସ୍ତି ଦେଲ । ଆଉ ଏବେ ପରିବାରରେ ଏକମାତ୍ର ଅମ୍ଳାନଙ୍କ ଛଡା ଆଉ କେହି ନାହାନ୍ତି । ସବୁ ପରିସ୍ଥିତିକୁ ତାଙ୍କୁ ଏକା ହିଁ ସାମ୍ନା କରିବାକୁ ପଡିବ ।

ତେବେ କଟକ ଅନ୍ତର୍ଗତ ରାମନଗରେ ଆଜି ରିକିର ଏକାଦଶ ପୂଜା ଚାଲିଛି । ପୂଜାରେ ବସିଛନ୍ତି ବଡବାଇ ଅମ୍ଲାନ ଏବଂ ସାନ ଭାଇର ପୁରୁଣା ସ୍ମୃତିକୁ ମନେ ପକାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ଭାଇକୁ ଝୁରି ଝୁରି କହୁଛନ୍ତି ବାପା ଗଲେ ମା ଗଲେ ଆଉ ଶେଷରେ ଭାଇବି ଛାଡି ଚାଲିଗଲା । ଏକୁଟିଆ କରିଦେଇ ସମସ୍ତେ ମୋତେ ଛାଡି ଆରପାରିକୁ ଚାଲିଗଲେ । ମୋ କଥା ଟିକେ ବି କେହି ଭାବିଲେନି । ତୁମେ ଯୋଉଠି ବି ଥାଓ, ଭଲରେ ରୁହ । ଖାଲି ତୁମ ମାନଙ୍କର ଆର୍ଶୀବାଦ ମୋ ଉପରେ ସବୁବେଳେ ରହିଥାଉ । ମୁଁ ଏକା ଏକାସେଯପରି ସବୁ ପରିସ୍ଥିତିକୁ ସାମ୍ନା କରି ପାରିବି ।

ଏତତ୍ ବ୍ୟତୀତ ସେ ହା ମଧ୍ୟ କହିଛନ୍ତି ମିସ୍ ୟୁ ରିକି ….. ତୁ ମୋର ସବୁବେଳେ ମନେ ପଡିବୁ । ତୋର ସେହି ଭାଇ ଡାକ ସାରା ଦିନ ତୋର ସୃତିକୁ ମନେପକାଇବ । ମୁଁ ତୋବିନା ରହି ପାରିବି ନାହିଁ, ଯେତେଦିନ ବି ବଞ୍ଚିବି ତୋର ଏହି ଫଟୋକୁ ଦେଖି ବଞ୍ଚିବି । ବାପା ବୋଉ ଯିବା ପରେ ତୁ ହିଁ ମୋ ସାହାରା ଥିଲୁ । ଆଉ ଶେଷରେ ତୁ ବି ମତେ ଏକା କରି ବାପା ବୋଉଙ୍କ ପାଖକୁ ଚାଲିଗଲୁ । ତୁମାନଙ୍କ କଥା ମୋର ବହୁତ ମନେପଡୁଛିରେ । ଏପରି କହି ସାନ ଭାଇକୁ ଝୁରି ହୋଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ଅଭିନେତା ଅମ୍ଲାନ ।

Get real time updates directly on you device, subscribe now.