fbpx

ଶେଷରେ ମୁହଁ ଖୋଲିଲେ ଅମ୍ଲାନଙ୍କ ସ୍ତ୍ରୀ ଭୂମିକା

Advertisement

କଟକ,୧୬ ।୧୧(ଓଡିଶା ଭାସ୍କର): ମହାନଦୀରେ ବୁଡ଼ିଯିବା ଘଟଣାରେ ଆଜି ମୁହଁ ଖୋଲିଛନ୍ତି ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକା ଦାସ । ପାରିବାରିକ ଝଗଡ଼ା ନେଇ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଭୂମିକା । ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ସେ କହିଛନ୍ତି ଯେ, ‘ ଉପବାସ ଥିବାରୁ ଦୁର୍ବଳ ଲାଗୁଥିଲା । ପୂଜା ସାମଗ୍ରୀ ଗୁଡ଼ିକ ପାଣିରେ ପକାଇବାକୁ ଗଲା ବେଳେ ମୁଣ୍ଡ ବୁଲାଇ ଦେଲା । ଯେହେତୁ ମୁଁ ହାଇ ହିଲ୍ ପିନ୍ଧିଥିଲି, ତେଣୁ ଗୋଡ଼ ଖସିଗଲା ଓ ମୁଁ ନଦୀରେ ପଡ଼ି ଯାଇଥିଲି । ଏହାକୁ ନେଇ ଗୁଜବ କରି ମୋ ପରିବାରକୁ ଏପରି କହିବା ଠିକ୍ ନୁହଁ । ଦୟାକରି ଗୁଜବ ପ୍ରଚାର କରନ୍ତୁନି ।’

ତେବେ କଟକ ସିଡିଏ ଅଂଚଳର ମଧୁସୂଦନ ସେତୁ ନିକଟରେ ଭୂମିକା ମହାନଦୀରେ ପଡି ଯାଇଥିଲେ । କିଛି ସମୟ ପରେ ତାଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା । ଘରୋଇ କଳହ କିମ୍ବା ଅନ୍ୟ କୌଣସି କାରଣରୁ ସେ ନଦୀକୁ ଡେଇଁ ପଡିଥିବା ଚର୍ଚ୍ଚା ହୋଇଥିଲା । ଅନ୍ୟପଟେ ନଦୀରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ସେ ଖସିପଡ଼ିଥିବା ପୋଲିସ ପକ୍ଷରୁ ସୂଚନା ମିଳିଥିଲା ।

Get real time updates directly on you device, subscribe now.