fbpx

ବାତ୍ୟା ଅମ୍ଫନରେ ୮୯ବ୍ଲକର ୪୪ଲକ୍ଷ ୮୦ହଜାର ପ୍ରଭାବିତ

ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ବାତ୍ୟା କ୍ଷୟକ୍ଷତି ନେଇ ଆଜି ସମୀକ୍ଷା ବୈଠକ ହୋଇଛି । ସମୀକ୍ଷା ବୈଠକ ପରେ ବାତ୍ୟା ଅମ୍ଫନର ତାଣ୍ଡବରେ କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର । ବାତ୍ୟାରେ ୮୯ଟି ବ୍ଲକର ୧୫୦୦ ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି । ୧୫୦୦ ଗ୍ରାମପଞ୍ଚାୟତର ୪୪ଲକ୍ଷ ୮୦ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ୨ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପାଖାପାଖି୧ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ୨ଦିନ ଭିତରେ କୃଷି ଜନିତ କ୍ଷୟକ୍ଷତି ଆକଳନ କରାଯିବ । ଏହାସହ ଆଜି ସନ୍ଧ୍ୟା ସୁଦ୍ଧା ୮୦ପ୍ରତିଶତ ବିଦ୍ୟୁତ ସଂଯୋଗ ଦିଆଯିବ ।

Get real time updates directly on you device, subscribe now.