fbpx

ରଥଯାତ୍ରା ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ, ୨୧ା୫(ଓଡ଼ିଶା ଭାସ୍କର): ରଥଯାତ୍ରା ବନ୍ଦ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ କରିବାକୁ ଆବେଦନ ହୋଇଛି । କେନ୍ଦ୍ର ଓ ରାଜ୍ୟ ଆଇନ ସଚିବଙ୍କ ସହ ମୁଖ୍ୟ ସଚିବଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । ପୋଲିସ ଡିଜିଙ୍କ ସମେତ ଏହି ଜନସ୍ୱାର୍ଥ ମାମଲାରେ ୫ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିବା ସୂଚନା ରହିଛି ।
ଅନ୍ୟପଟେ ମହାପ୍ରଭୁଙ୍କ ସ୍ନାନଯାତ୍ରା ନେଇ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବୈଠକଅନୁଷ୍ଠିତ ହୋଇଛି । ସ୍ନାନପୂର୍ଣ୍ଣିମା ନୀତି ସହ ସଂଶ୍ଳିଷ୍ଟ ୧୦ ନିଯୋଗ ସହ ଆଲୋଚନା କରାଯାଇଛି । କରୋନା ଗାଇଡ଼ ଲାଇନକୁ ନେଇ ବୈଠକରେ ଆଲୋଚନା ହୋଇଛି । କିଭଳି ସାମାଜିକ ଦୂରତା ରହିବ ସେନେଇ ବୈଠକରେ ଆଲୋଚନା ଜାରି ରହିଛି ।

Get real time updates directly on you device, subscribe now.