fbpx

ଖୁଲାସା: ଶୋଇବା ପୂର୍ବରୁ ଏହି ଅଭିନେତାଙ୍କ ଫଟୋକୁ କିସ୍ କରୁଥିଲେ ଦୀପିକା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଚଳଚ୍ଚିତ୍ର ଦୁନିଆର ମସହୂର ଅଭିନେତ୍ରୀ ଥିବା ବେଳେ ନିଜ ଷ୍ଟାଇଲ୍ ପାଇଁ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ଆଜିକାଲି ସେ ନିଜ ପତି ରଣବୀର ସିଂହଙ୍କ ସହ କ୍ୱାରେଣ୍ଟାଇନରେ ଅଛନ୍ତି । କିନ୍ତୁ ସେ ନିଜକୁ ଚର୍ଚ୍ଚାରେ ରଖିବାକୁ କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ନିକଟରେ ଦୀପିକା ତାଙ୍କ ଭଉଣୀ ଅନିଶା ସହ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ସେ ଶୋଇବା ପୂର୍ବରୁ ଟାଇଟନିକ୍ ଅଭିନେତା ଲିଓନାର୍ଡୋ ଡିକାପ୍ରିଓଙ୍କ ପୋଷ୍ଟରକୁ କିସ୍ କରିବା ସହ ଗୁଡ୍ ନାଇଟ୍ କହୁଥିଲେ । ଏହା ସହ ଲିଓନାର୍ଡୋଙ୍କ ଅନେକ ଫଟୋ ତାଙ୍କ କାନ୍ଥରେ ଟଙ୍ଗା ହୋଇଛି ବୋଲି ସେ କହିଥିଲେ । ତେବେ ଦୀପିକା ପାଦୁକୋନ ପ୍ରାୟତଃ ତାଙ୍କ ଭଉଣୀ ସହ ଫଟୋ ସେୟାର କରନ୍ତି ।

View this post on Instagram

#happysunday

A post shared by Deepika Padukone (@deepikapadukone) on

ସେ ଶେଷ ଥର ପାଇଁ ‘ଛପାକ୍’ ଫିଲ୍ମରେ ନଜର ଆସିଥିଲେ । ସେଥିରେ ସେ ଏସିଡ ଆଟାକ୍ ପୀଡିତ ଲକ୍ଷ୍ମୀ ଅଗ୍ରୱାଲଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଏହା ବ୍ୟତିତ ରଣବୀର ସିଂହଙ୍କ ‘୮୩’ରେ ତାଙ୍କୁ କପିଲ ଦେବଙ୍କ ପତ୍ନୀ ଭାବେ ଦେଖିବାକୁ ମିଳିବ । ବିବାହ ପରେ ରଣବୀର ଓ ଦୀପିକାଙ୍କ ପ୍ରଥମଥର ପାଇଁ ଏହି ଫିଲ୍ମରେ ଏକାଠି ନଜର ଆସିବେ ।

Get real time updates directly on you device, subscribe now.