fbpx

ପାଣିରେ ବେହାଲ କୋଲକାତା ବିମାନ ବନ୍ଦର, ଦେଖନ୍ତୁ ଦୃଶ୍ୟ

Advertisement

ପାଣିରେ ବେହାଲ ହେଲା କୋଲକାତା ବିମାନ ବନ୍ଦର। ଗତକାଲି ବାତ୍ୟା ଅମ୍ପନ୍‌ ପ୍ରଭାବରେ ଲଗାଣ ବର୍ଷା ଯୋଗୁ କୋଲକାତା ବିମାନ ବନ୍ଦର ପାଣିରେ ଉବୁଟୁବୁ ହେଉଥିବାର ଦୃଶ୍ୟ ନଜର ଆସିଥିଲା । ବିମାନ ବନ୍ଦରରେ ପାଣିର ପରିମାଣ ଆଡ଼କିକ ଥିବାରୁ ଯାତାୟାତ କରିବା ବି କଷ୍ଟକର ହୋଇଥିଲା । ଏପରିକି ସ୍ଥାନେ ସ୍ଥାନେ ୪ରୁ ୫ ଫୁଟ୍ ଉଚ୍ଚର ପାଣି ଜମି ରହିଛି। ସେହିପରେ ରନ୍‌ୱେ ନିକଟରେ ବି ପାଣି ଜମିଛି। ପାର୍କିଂ ଲଟ୍, ହଙ୍ଗର ପ୍ରଭୃତିରେ ବି ପାଣି ପଶି ଯାଇଛି । କିଛି ହଙ୍ଗର ଭାଙ୍ଗି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏନେଇ ବର୍ତ୍ତମାନ ସୁଦ୍ଧା ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଆସନ୍ତୁ ଦେଖିବା ତାର କିଛିଟା ଦୃଶ୍ୟ ..

Get real time updates directly on you device, subscribe now.