fbpx

୨ରୁ ୩ ଦିନ ଭିତରେ ରେଳ ଷ୍ଟେସନରେ ମିଳିବ କାଉଣ୍ଟର ଟିକେଟ

ନୂଆଦିଲ୍ଲୀ, ୨୧ା୫(ଓଡ଼ିଶା ଭାସ୍କର): ଜୁନ୧ରୁ ଦେଶରେ ସାଧାରଣ ଲୋକଙ୍କ ପାଇଁ ୨୦୦ଟି ବିନା ଏସି ଟ୍ରେନ ଚଳାଚଳ ହେବ । ପୂର୍ବରୁ ଯାତ୍ରୀ ମାନେ ଯାତ୍ରା କରିବା ପାଇଁ ଅନଲାଇନ ଟିକେଟ ବୁକିଂ କରିବା ପାଇଁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ଏବେ ଦୁଇ ତିନି ଦିନ ମଧ୍ୟରେ ରେଳ ଷ୍ଟେସନରେ କାଉଣ୍ଟର ଟିକେଟ ମିଳିବ ବୋଲି ଜଣାପଡ଼ିଛି । ୧,୭ଲକ୍ଷ ଜନସେବା କେନ୍ଦ୍ରରେ ବି ବୁକିଂ ସୁବିଧା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି । ଏନେଇ ବ୍ୟବସ୍ଥା କରାଯାଉଥିବା ରେଳମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଏହାଠାରୁ ଅଧିକ ଟ୍ରେନ୍ ଚଳାଚଳ କରିବା ପାଇଁ ଯୋଜନା ଚାଲିଛି । ଏହାସହ ଷ୍ଟେସନରେ ଜଳଖିଆ ଦୋକାନ ଖୋଲା ରହିବ କିନ୍ତୁ ଗ୍ରାହକମାନେ ସେଠାରେ ନଖାଇ କେବଳ ପାର୍ସଲ ନେବା ପାଇଁ ଅନୁମତି ମିଳିଛି ।
ଉଲ୍ଲେଖଯୋଗ୍ୟ ସମଗ୍ର ଦେଶରେ କରୋନା ଭାଇରସ୍ ସତର୍କତା ପାଇଁ ଦେଶ ଓ ରାଜ୍ୟ ଲକଡାଉନ ଥିବାରୁ ବସ୍, ଟ୍ରେନ ଚଳାଚଳ ଓ ବିମାନ ସେବା ବନ୍ଦ ଥିଲା । ଏବେ ମଧ୍ୟ ଳକଡାଉନ ବଳବତ୍ତର ରହିଛି କିନ୍ତୁ ରେଳ, ବସ୍ ଓ ବିମାନ ସେବା ଧିରେ ଧିରେ ଅଳ୍ପ ମାତ୍ରାରେ ସ୍ୱାଭାବିକ ହେଉଛି । କିନ୍ତୁ କରୋନା ଗାଇଡ଼ଲାଇନ ମାନିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.