fbpx

ବିନା ଭକ୍ତ ଓ କମ୍ ସେବାୟତରେ ସ୍ନାନ ପୂର୍ଣ୍ଣିମା ନୀତି !

ପୁରୀ, ୨୧ା୫(ଓଡ଼ିଶା ଭାସ୍କର): ମହାପ୍ରଭୁଙ୍କ ସ୍ନାନଯାତ୍ରା ନେଇ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ୧୦ନିଯୋଗ ସହ ବୈଠକରେ ସ୍ନାନଯାତ୍ରା ନେଇ ଆଲୋଚନା କରାଯାଇଥିଲା । ବୈଠକରେ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ନୀତି ନେଇ ଆଲୋଚନା କରାଯାଇଛି । କମ୍ ସେବାୟତରେ ସ୍ନାନ ପୂର୍ଣ୍ଣିମା ନୀତି କରାଯାଇପାରିବ ବୋଲି ପ୍ରସ୍ତାବ ରହିଛି । ପାସ୍ ନେଇ ଚାରି ଦ୍ୱାରରେ ସେବାୟତ ପ୍ରବେଶ କରିପାରିବେ । କିନ୍ତୁ ୨୫ସୁଦ୍ଧା ସେମାନେ ସେବାୟତଙ୍କ ସଂଖ୍ୟା ଜଣାଇବାକୁ ପଡ଼ିବ ।
ଅନ୍ୟପଟେ ୩୧ରେ ତାଲାବନ୍ଦ ଅବଧି ଶେଷ ହେବ । ଏହାସହ ଜୁନ ୧ସୁଦ୍ଧା ସ୍ପଷ୍ଟ ହେବ କୋଭିଡ଼ ନିର୍ଦ୍ଦେଶନାମା । ନିର୍ଦ୍ଦେଶନାମା ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏହାସହ ବୈଠକରେ ରଥଟଣା ନେଇ ମଧ୍ୟ ଆଲୋଚନା କରାଯାଇଛି । ସେବାୟତ ନିଜେ ରଥ ଟାଣିବା ଉପରେ ପ୍ରସ୍ତାବ ଦେଇଛନ୍ତି । ଛତିଶା ନିଯୋଗ ଓ ପରିଚାଳନା କମିଟିର ଆଲୋଚନା ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ । ରଥ ନିର୍ମାଣରେ ସମ୍ପୃକ୍ତ ସେବକଙ୍କ କୋଭିଡ଼୍ ଟେଷ୍ଟ ରିପୋର୍ଟ ଆସିଛି । ପ୍ରଥମ ପର୍ଯ୍ୟାୟରେ ଆସିଥିବା ସମସ୍ତ ରିପୋର୍ଟ ନେଗେଟିଭ ଆସିଛି ।

Get real time updates directly on you device, subscribe now.