fbpx
BSKY SKY
BSKY SKY

Amul Creativity: ଉତ୍ତରକାଶୀ ଟନେଲ ରେସ୍କ୍ୟୁ ମିଶନକୁ ଏପରି କଲା ବ୍ୟାଖ୍ୟା

BSKY

ନୂଆଦିଲ୍ଲୀ: ପ୍ରସିଦ୍ଧ ଦୁଗ୍ଧ ଏବଂ ଡେରୀ ବ୍ରାଣ୍ଡ ଅମୁଲର ପ୍ରଡକ୍ଟ ଘରେ ଘରେ ବେଶ ପରିଚିତ । ତେବେ ଏହାର କ୍ରିଏଟିଭିଟି ମଧ୍ୟ ସର୍ବଦା ଲୋକଙ୍କୁ ଆକୃଷ୍ଟ କରିଥାଏ । ଦେଶ କିମ୍ବା ବିଶ୍ୱର ପ୍ରତ୍ୟେକଟି ପ୍ରମୁଖ ଘଟଣା ଉପରେ ଅମୁଲ ନଜର ରଖିଥାଏ । ଅନେକ ସମୟରେ ନିଜର ସୃଜନଶୀଳ ବିଜ୍ଞାପନ ଦ୍ୱାରା ଏହା ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଅନେକଙ୍କର ଦୃଷ୍ଟିକୋଣ ମଧ୍ୟ ବଦଳାଇ ଥାଏ ।

ତେବେ ସବୁଥର ପରି ଅମୁଲର ବିଜ୍ଞାପନ ବିଭାଗ ଏଥର ମଧ୍ୟ ଦେଶର ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗକୁ ବାଛିଛନ୍ତି । ସୃଜନଶୀଳତା ମାଧ୍ୟମରେ ଏହାକୁ ବେଶ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ଏବଂ ଦେଶର ବୃହତ୍ତମ ଉଦ୍ଧାର କାର୍ୟ୍ୟର ସଫଳତାକୁ ଆମୁଲ ନିଜ ଢଙ୍ଗରେ ପାଳନ କରିଛି।

ଅମୂଲ ଏ ନେଇ ଏକ ବିଜ୍ଞାପନ ବାହାର କରିଛି ଯେଉଁଥିରେ ଟନେଲ ଭିତରେ ଥିବା ଅବସ୍ଥାରେ ଜଣେ ଶ୍ରମିକଙ୍କୁ ଦେଖିବାକୁ ମିଳିଛି । ତାଙ୍କ ସହିତ ଜଣେ ଉଦ୍ଧାରକାରୀ ମଧ୍ୟ ଠିଆ ହୋଇଥିବା ଦେଖାଯାଇଛି । ଏହି ଫଟୋରେ କ୍ୟାପସନ୍ ହେଉଛି ‘ମେଜର ରେସକ୍ୟୁ, ମାଇନୋର ମିରାକଲ’ … ଏହା ସହିତ ଅମୁଲ ଲୋଗୋ ଗୋଟିଏ କୋଣରେ ଦିଆଯାଇଥିବାବେଳେ ଅନ୍ୟ କୋଣରେ ଅନ୍ୟ ଲେଖା ଲେଖା ହୋଇଛି – ‘ଅମୁଲ ଖାଆନ୍ତୁ- ଦିନ ହେଉ ଅବା ରାତି’ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଢରେ ଅମୁଲର ଅଫିସିଆଲ ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇଛି । ତେବେ ଏହାକୁ ଏପର୍ୟ୍ୟନ୍ତ ମୋଟ ୨୭.୪ ହଜାର ଜଣ ଦେଖିଛନ୍ତି। ତେବେ ସର୍ବସାଧାରଣରେ ଏହା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି । ଇନଷ୍ଟାଗ୍ରାମରେ ମଧ୍ୟ ଏହି ପୋଷ୍ଟ ବର୍ତ୍ତମାନ ସୁଦ୍ଧା ୫୪୮୬ ଲାଇକ୍ ପାଇଛି ।

Get real time updates directly on you device, subscribe now.