fbpx

Big Breaking; ଚାହିଁଥିଲେ ଫ୍ୟାନ୍ସ, ଫେରିଲେନି ରୋହିତ: ସାଉଥ ଆଫ୍ରିିକା ସିରିଜ ପାଇଁ ଭାରତର ୩ ଅଧିନାୟକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା କରିଛି ଟିମ ଇଣ୍ଡିଆ । ଏହି ଗସ୍ତରେ ଭାରତ ୩ଟି ଫର୍ମାଟ ପାଇଁ ୩ ଜଣଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି । ତେବେ ଏହି ଗୋଷଣା ପରେ ଇଣ୍ଡିଆନ୍ କ୍ରିକେଟ ଫ୍ୟାନ୍ସମାନଙ୍କୁ ଲାଗିଛି ଶକ୍ତ ଝଟକା । ଏହି ସିରିଜରେ ଅଧିନାୟକ ରୋହିତ ଶର୍ମା ପୁଣିଥରେ ଟି-୨୦ରେ କମବ୍ୟାକ କରିବେ ବୋଲି ଆଶା ବାନ୍ଧିଥିଲେ ଫ୍ୟନ୍ସ । କିନ୍ତୁ ଦର୍ଶକଙ୍କ ଏହି ଅପେକ୍ଷାର ସମୟ ପୁଣିଥରେ ବୃଦ୍ଧି ପାଇଛି । ଟି-୨୦ ଦଳ ସହିତ ଦିନିକିଆ ଦଳରୁ ମଧ୍ୟ ଓହରି ଯାଇଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । ଏ ନେଇ ବଡ଼ ଘୋଷଣା କରିଛି ବିସିସିଆଇ ।

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୩ଟି ଯାକ ଫର୍ମାଟର ଦଳ ଘୋଷଣା ହୋଇଯାଇଛି । ତେବେ ଭାରତର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଉଭୟ ଦିନିକିଆ ଏବଂ ଟି-୨୦ରୁ ନିଜକୁ ଦୂରେଇ ରଖିଛନ୍ତି । ତେବେ ଉଭୟ ଖେଳାଳି ଟେଷ୍ଟ ପାଇଁ ଦକ୍ଷିଣ ଆଫ୍ରିକା ଯିବାକୁ ଚୟନ ହୋଇଥିବା ବେଳେ ରୋହିତ ଟେଷ୍ଟ ଦଳରେ ନେତୃତ୍ୱ ନେଇଛନ୍ତି । ତେବେ ଦିନିକିଆରେ କେ.ଏଲ ରାହୁଲ ଏବଂ ଟି-୨୦ରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଛି ଅଧିନାୟକ ପଦ । ଏହାସହିତ ଟେଷ୍ଟ ଦଳରୁ ବାଦ୍ ପଡ଼ିଛନ୍ତି ଟେଷ୍ଟ ମ୍ୟାଚ ସ୍ପେଶାଲିଷ୍ଟ ଅଜିଙ୍କ୍ୟା ରାହାଣେ ଏବଂ ଚେତେଶ୍ୱର ପୂଜାରା । ଦୀର୍ଘ ଅପେକ୍ଷା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ସଞ୍ଜୁ ସାମସନ ଏବଂ ଦୀପକ ଚହରଙ୍କୁ ସୁଯୋଗ ମିଳିଛି । ତେବେ ଆହତ ସମସ୍ୟା କାରଣରୁ ମହମ୍ମଦ ଶାମୀଙ୍କ କେଳିବା ନେଇ ସନ୍ଦେହ ରହିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଗସ୍ତରୁ ବାଦ୍ ପଡ଼ିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଯଶସ୍ୱୀ ଜଏସ୍ୱାଲ, ବିରାଟ କୋହଲି, ଶ୍ରେୟସ ଆୟର, ଋତୁରାଜ ଗାଏକ୍ୱାଡ, ଇଶାନ କିଶାନ, କେ.ଏଲ ରାହୁଲ, ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ଜଶପ୍ରୀତ ବୁମରାହ(ଉପ-ଅଧିନାୟକ), ପ୍ରସିଦ୍ଧ କୃଷ୍ଣା ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଦଳ: କେ.ଏଲ ରାହୁଲ(ଅଧିନାୟକ), ଋତୁରାଜ ଗାଏକ୍ୱାଡ, ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପଟିଦାର, ରିଙ୍କୁ ସିଂହ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ଅକ୍ସର ପଟେଲ, ୱାଶିଂଟନ ସନଦର, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର, ଆଭେଶ ଖାନ୍, ଅର୍ଶଦୀପ ସିଂହ ଏବଂ ଦୀପକ ଚହର ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଦଳ: ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଋତୁରାଜ ଗାଏକ୍ୱାଡ, ତିଲକ ବର୍ମା, ରିଙ୍କୁ ସିଂହ, ଶ୍ରେୟସ ଆୟର, ଇଶାନ କିଶାନ, ଜିତେଶ ଶର୍ମା, ରବିନ୍ଦ୍ର ଜାଡେଜା(ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ମୁକେଶ କୁମାର, ଦୀପକ ଚହର ।

Get real time updates directly on you device, subscribe now.