fbpx
BSKY
BJD YOUTH SKY
BJD MS SKY

Parenting Tips: ଛୋଟ ଛୋଟ କଥାରେ ଆପଣଙ୍କ ପିଲା ରାଗିଯାଉଛି କି! ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ପିଲାମାନେ ରାଗିବା କିମ୍ବା କୌଣସି ଜିନିଷ ପାଇଁ ଜିଦି କରିବା ଏକ ସାଧାରଣ କଥା । ଏହିପରି କ୍ଷେତ୍ରରେ ପିଲାମାନଙ୍କୁ ସମ୍ଭାଳିବା ଚ୍ୟାଲେଞ୍ଜିଂ ହୋଇଥାଏ । ତେବେ ଏହି ସମୟରେ ପିତାମାତା ପିଲାମାନଙ୍କର ଏପରି ସ୍ୱଭାବକୁ ଉପଯୁକ୍ତ ଭାବେ ନିୟନ୍ତ୍ରଣ ନକରିପାରନ୍ତି ତେବେ ଏହା ସମ୍ପର୍କ ଉପରେ ଚାପ ପକାଇଥାଏ । ଏପରିକି ପିତାମାତାଙ୍କର ପିଲା ସହିତ ସମ୍ପର୍କ ମଧ୍ୟ ଖରାପ କରିପାରେ ।

ତେବେ କିଶୋରାବସ୍ଥାରେ ଏହିପରି ବ୍ୟବହାର ପିଲାମାନଙ୍କ କ୍ଷେତ୍ରରେ ଏକ ସାଧାରଣ କଥା । ତେବେ ଏପରି କ୍ଷେତ୍ରରେ କିଛି ଏପରି ଉପାୟ କରନ୍ତୁ ଯାହା ଆପଣଙ୍କ ପିଲାର ଭାବପ୍ରବଣତାକୁ ପ୍ରଭାବିତ କରିବ । ଏହା ଦ୍ୱାରା ଆପଣଙ୍କ ପିଲାର ବୁଝିବା ଶକ୍ତି ବଢ଼ିବା ସହ ତା’ ଭିତରେ ଥିବା କୋମଳ ମାନସିକତାକୁ ମଧ୍ୟ ପ୍ରୋତ୍ସାହିତ କରିବ । ଏହା ସହିତ ଆପଣଙ୍କ ସହିତ ସେମାନଙ୍କର ଏକ ସକରାତ୍ମକ ସମ୍ପର୍କ ବଜାୟ ରଖିବ । ଯଦି ଆପଣଙ୍କ ପିଲା ମଧ୍ୟ ଛୋଟ ଛୋଟ କଥାରେ ରାଗିଯାଉଛି, ତେବେ ଚିନ୍ତା କରନ୍ତୁ ନାହିଁ । କିଛି ଟିପ୍ସ ଦ୍ୱାରା ଆପଣ ଆପଣଙ୍କ ପାଇଁ ଲାଭଦାୟକ ହେବ ।

ପିଲା ରାଗିବାର କାରଣ ଜାଣନ୍ତୁ- ପ୍ରଥମେ ଏହା ବୁଝିବା ଜରୁରୀ ଯେ ଆପଣଙ୍କ ପିଲା ରାଗୁଛି କାହିଁକି? ସେ କୌଣସି କଥାକୁ ନେଇ ଚିନ୍ତିତ କି? କିମ୍ବା ତାର କୌଣସି କଥାକୁ ନେଇ ମନରେ ଭୟ ରହିଛି କି? କିମ୍ବା ତା’ର କିଛି ଆବଶ୍ୟକ ଅଛି କି? ପିଲାମାନଙ୍କର ରାଗିବାର କାରଣ ବୁଝିବା ଦ୍ୱାରା ଆପଣ ପିଲାର ରାଗକୁ ଠିକ ଭାବେ ନିୟନ୍ତ୍ରଣ କରିପାରିବେ ।

ପିଲାଙ୍କୁ ରାଗ ନିୟନ୍ତ୍ରଣ କରିବା ଶିଖାନ୍ତୁ- ପିଲାମାନଙ୍କୁ କ୍ରୋଧକୁ କିପରି ନିୟନ୍ତ୍ରଣ କରାଯାଏ ତାହା ଶିଖାଇବା ବେଶ ଜରୁରୀ । ସେମାନଙ୍କୁ ବୁଝାନ୍ତୁ ଯେ କ୍ରୋଧ ଏକ ସାଧାରଣ ଭାବନା । ତେବେ ସେମାନେ ଏହାକୁ ଠିକ ଭାବବେ ପ୍ରକାଶ କରିବା ଶିଖିବା ଆବଶ୍ୟକ । ସେମାନଙ୍କୁ ଉପଯୁକ୍ତ ବ୍ୟାୟାମ ଶିଖାଇବା ସହିତ କିପରି ଭାବରେ ଏହାକୁ ନିୟନ୍ତ୍ରଣ କରିବାକୁ ହୁଏ ତାହା ମଧ୍ୟ ଶିଖାନ୍ତୁ ।

ପିଲାକୁ ଭଲପାଆନ୍ତୁ ଏବଂ ସମର୍ଥନ କରନ୍ତୁ- ପିଲା ରାଗିଥିବା ସମୟରେ ତା’ର ଭାବନାକୁ ବୁଝନ୍ତୁ । ନିଜ କଥା ଦ୍ୱାରା ଆପଣ ତା’ ରାଗକୁ ବୁଜନ୍ତି ଏବଂ ତା’କୁ କୁବ ଭଲ ପାଆନ୍ତି ବୋଲି ମଧ୍ୟ ବିଶ୍ୱାସ ଦିଅନ୍ତୁ । ପିଲାମାନଙ୍କୁ ଏହା ମଧ୍ୟ କୁହନ୍ତୁ ଯେ ଆପଣ ତା’କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି । ଏହା ଦ୍ୱାରା ପିଲା ଅନୁଭବ କରିବ ଆପଣଙ୍କ ପରି ଜଣେ ସମର୍ଥକ ତା’ ପାଖରେ ଅଛନ୍ତି ।

ପିଲାଙ୍କ ରାଗରୁ ନିଜକୁ ରକ୍ଷା କରନ୍ତୁ- ପିଲାଙ୍କ ରାଗକୁ ଶାନ୍ତ କରିବା ପାଇଁ ମାତାପିତା ପିଲାର ସବୁ ଜିଦିକୁ ପୂରଣ କରିଥାନ୍ତି । ତେବେ ଏପରି କରିବା ସମ୍ପୂର୍ଣ୍ଣ ଭୁଲ । ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ହେଉଛି ପିଲାଙ୍କ ରାଗରୁ ନିଜକୁ ରକ୍ଷା କରିବା । ଯଦି ପିଲାଟି ହିଂସ୍ର ହେଉଛି, ତାଙ୍କୁ ଶାନ୍ତ ହେବାକୁ ସମୟ ଦିଅନ୍ତୁ । ପିଲାଙ୍କ କ୍ରୋଧରୁ ନିଜକୁ ରକ୍ଷା କରିବା ପାଇଁ ଏକ ଅଲଗା କୋଠରୀକୁ ଯାଆନ୍ତୁ ନଚେତ ପିଲାଠାରୁ କିଛି ଦୂରତା ବଜାୟ ରଖନ୍ତୁ । ଏହା ଦ୍ୱାରା ସେମାନଙ୍କ ରାଗ ଶାନ୍ତ ହେବା ପାଇଁ କିଛି ସମୟ ମିଳିବ ।

ବିଶେଷଜ୍ଞ ସହ ପରାମର୍ଶ କରନ୍ତୁ- ଯଦି ଆପଣ ପିଲାକୁ ସାହାଯ୍ୟ କରିବାରେ ଅସମର୍ଥ ଅନୁଭବ କରୁଛନ୍ତି ତେବେ ବିଶେଷଜ୍ଞଙ୍କ ସାହାଯ୍ୟ ନିଅନ୍ତୁ । ଜଣେ ପରାମର୍ଶଦାତା କିମ୍ବା ଥେରାପିଷ୍ଟ ଆପଣଙ୍କ ପିଲାଙ୍କ କ୍ରୋଧର କାରଣ ବୁଝି ତାହାକୁ ସଂଶୋଧନ କରିବାରେ ସାହାଯ୍ୟ କରିପାରିବେ ।

Get real time updates directly on you device, subscribe now.