fbpx
BSKY
BJD MC SKY
BJD YOUTH SKY

ଜ୍ଞାନବାପୀ ମସଜିଦ ଖୋଲିଲା ଭାରତର ୧୦୦ ବର୍ଷର ଇତିହାସ: ହିନ୍ଦୁ ଓ ମୁସଲମାନଙ୍କୁ ନେଇ କ’ଣ କହିଥିଲେ ଗାନ୍ଧି, ଭାଇରାଲ୍ ହେଲା ବାପୁଙ୍କ ଏକ ଲେଖା

ନୂଆଦିଲ୍ଲୀ: ଦେଶରେ ବାରାଣାସୀ ଜ୍ଞାନବାପୀ ମସଜିଦକୁ ନେଇ ବିବାଦ ଚାଲିଥିବା ବେଳେ ଏହି ସମୟରେ ମହାତ୍ମା ଗାନ୍ଧିଙ୍କ ଏକ ଲେଖାର ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ହିନ୍ଦୁମାନଙ୍କୁ ସେମାନଙ୍କର ଧାର୍ମିକ ସ୍ଥଳକୁ ମୁସଲମାନମାନେ ଖୁସି ଖୁସିରେ ଦେଇଦେବା ଉଚିତ ବୋଲି ଗାନ୍ଧିଙ୍କର ଉକ୍ତ ସ୍ତମ୍ଭରେ ଉଲ୍ଲେଖ କରାଯାଇଛି ।

ଜ୍ଞାନବାପୀ ମସଜିଦ ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସର୍ଭେ କାର୍ଯ୍ୟ କରାଯାଇଥିଲା । ତେବେ ଉକ୍ତ ସର୍ଭେର ଫଳାଫଳ ଭାରତବର୍ଷର ୧୦୦ ବର୍ଷ ତଳର ଇତିହାସର ପୃଷ୍ଠାକୁ ପୁଣି ଥରେ ଓଲଟାଇ ଦେଇଛି । ଏପରିକି ଔରଙ୍ଗଜେବ ଓ ମୁଗଲ ଶାସନ ସମୟ ପର୍ଯ୍ୟନ୍ତ ଏହି ପ୍ରସଙ୍ଗଟି ପହଞ୍ଚି ଯାଇଛି । ବହୁ ପୂର୍ବରୁ ଗାନ୍ଧିଙ୍କ ଦ୍ୱାରା ଲିଖିତ ଏକ ସ୍ତମ୍ଭକୁ ନେଇ ଏବେ ବହୁତ ଚର୍ଚ୍ଚା ହେଉଛି । ଗାନ୍ଧିଙ୍କ ନାମରେ ଲେଖାଯାଇଥିବା ଉକ୍ତ ମାସିକ ପତ୍ରିକାର ଫଟୋ ଭାଇରାଲ୍ ହେବାରେ ଲାଗିଛି ।

ଜଣାପଡ଼ିଛି ଯେ, ସେବା ସମର୍ପଣ ନାମକ ଏକ ପତ୍ରିକାରେ ପ୍ରକାଶ ପାଇଥିବା ଉକ୍ତ ଲେଖାର ଫଟୋ ତଳେ ‘ନବଜୀବନ’ର ୨୭ ଜୁଲାଇ ୧୯୩୭ର ସଂନ୍ଦର୍ଭ ଦିଆଯାଇଛି । ତେବେ କୌଣସି ଧାର୍ମିକ ଉପାସନା ଗୃହ ଉପରେ ବଳପୂର୍ବକ ଅଧିକାର ଜାହିର କରିବାକୁ ଗାନ୍ଧିଜୀ ଘୋର ପାପ ବୋଲି କହୁଥିବା ଜଣାପଡ଼ିଛି । ମୁଗଲ ଶାସକ କାଳରେ ଧାର୍ମିକ ଧର୍ମାନ୍ଧତା କାରଣରୁ ମୁଗଲ ଶାସକ ମାନେ ଅନେକ ହିନ୍ଦୁ ଧାର୍ମିକ ପୀଠକୁ କବଜା କରିନେଇଥିଲେ ।

ଭାଇରାଲ ଲେଖା ଅନୁଯାୟୀ, ବହୁତ ଲୁଟପାଟ ଓ ନଷ୍ଟଭ୍ରଷ୍ଟ ହୋଇଛି । ବହୁତ ସ୍ଥାନକୁ ମସଜିଦର ରୂପ ଦିଆଯାଇଛି । ମନ୍ଦିର ଓ ମସଜିଦ ଦୁଇଟି ଯାକ ଭଗବାନଙ୍କ ପବିତ୍ର ସ୍ଥାନ ଅଟେ । ଦୁଇ ଧର୍ମ ମଧ୍ୟରେ କୌଣସି ଭେଦଭାବ ନାହିଁ ମାତ୍ର ହିନ୍ଦୁ ଓ ମୁସଲମାମାନଙ୍କ ଉପାସନା ପରମ୍ପରା ଅଲଗା ଅଲଗା ଅଟେ ବୋଲି ଗାନ୍ଧି ଲେଖିଛନ୍ତି ।

Get real time updates directly on you device, subscribe now.