fbpx

LOC ରେ ଚୋରା ଚାଲାଣକାରୀଙ୍କ ବଡ଼ ଷଡ଼ଯନ୍ତ୍ର ବିଫଳ, ୨୦୦ କୋଟିର ନିଶାଦ୍ରବ୍ୟ ଜବତ

AAKASH

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୁଞ୍ଜ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରୁ ସୁରକ୍ଷା କର୍ମୀ ଶନିବାର ଚୋରାଚାଲାଣକାରୀଙ୍କ ଏକ ବଡ଼ ଷଡ଼ଯନ୍ତ୍ର ପଣ୍ଡ କରିବା ସହ ୪୪ କିଲୋଗ୍ରାମ ନିଶା ପଦାର୍ଥ ଜବତ କରିଛନ୍ତି । ଜବତ ହୋଇଥିବା ନିଶା ପଦାର୍ଥର ଦାମ୍ ୨୦୦ କୋଟି ଟଙ୍କାରୁ ଅଧିକ ହେବା ନେଇ ଅନୁମାନ କରାଯାଉଛି ।

ଅଧିକାରୀମାନେ କହିଛନ୍ତି ଯେ ମାଲତୀ-ବଗଲଦରାରେ ସେନା ଏବଂ ପୋଲିସ ପକ୍ଷରୁ ତିନି ଧରି ଅଭିଯାନ ସମୟରେ ଚୋରା ଚାଲାଣକାରୀଙ୍କ ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପକୁ ଆର୍ଥିକ ସହାୟତା ଦେବା ପାଇଁ ବିପୁଳ ମାତ୍ରାରେ ନିଶା ପଦାର୍ଥ ପଠାଯିବା ସମ୍ପର୍କରେ ସୂଚନା ମିଳିଥିଲା ଯାହାକୁ ଜବତ କରିବାରେ ସଫଳ ହୋଇଛି ଟିମ୍ ।

ଅଧିକାରୀ କହିଛନ୍ତି ଯେ ମିଳିତ ଅଭିଯାନ ବୁଧବାରଠାରୁ ଆରମ୍ଭ ହୋଇଥିଲା ଏବଂ ନିଶା ପଦାର୍ଥକୁ ସଫଳ ଜବତ କରି ଚୋରାଚାଲାଣକାରୀଙ୍କ ଏକ ବଡ଼ ପ୍ରୟାସକୁ ବିଫଳ କରାଯାଇଛି, ଏଥିରେ କାହାକୁ ଗିରଫ କରାଯାଇନାହିଁ । ତେବେ ପୋଲିସ ଏହାର ଯାଞ୍ଚ କରୁଛି ।

Get real time updates directly on you device, subscribe now.