fbpx
BSKY
BJD YOUTH SKY
BJD MS SKY

ପୁରୀ ସାଂସଦ ପିନାକୀଙ୍କୁ କଳାପତାକା ପ୍ରଦର୍ଶନ ଓ କାଳିମାଡ଼, ୮ ଅଟକ (VIdeo)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ସାଂସଦ ପିନାନୀ ମିଶ୍ରଙ୍କୁ କଳାପତାକା ପ୍ରଦର୍ଶନ ସହ ତାଙ୍କ ଗାଡ଼ି ଉପରକୁ କାଳିମାଡ଼ ହୋଇଛି । ଏଭଳି କାର୍ଯ୍ୟ କରିଛି ଛାତ୍ର କଂଗ୍ରେସ । ପୁରୀ ଭିଆଇପି ରୋଡ଼ ଝାଡ଼େଶ୍ୱରୀ ଛକ ନିକଟରେ ସାଂସଦଙ୍କ ଉପରେ କାଳିମାଡ଼ ହୋଇଥିବା ଜଣାପଡ଼ିଛି । ତେବେ ଏହି ଘଟଣାରେ ଛାତ୍ର କଂଗ୍ରେସର ୮ ଜଣ ଯୁବକଙ୍କୁ ଅଟକ ରଖାଯାଇଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପିନାକୀ କଡ଼ା ଟିପ୍ପଣୀ ଦେଇଥିଲେ । ଆଜି ପୁରୀ ଗସ୍ତ ଅବସରରେ ସେ କହିଥିଲେ ଯେ, କାମ ମହାପ୍ରଭୁଙ୍କ ଇଚ୍ଛାରେ ହେଉଛି, ତେଣୁ ଉକ୍ତ କାମକୁ କେହି ବନ୍ଦ କରି ପାରିବେ ନାହିଁ । କାର୍ଯ୍ୟ ଆଇନ ଅନୁସାରେ ହେଉଥିବାରୁ ଏନେଇ ନିଷ୍ପତ୍ତି କୋର୍ଟ ନେବେ । ମହାପ୍ରଭୁଙ୍କ ଇଚ୍ଛାରେ କାମ୍ ହେଉଥିବାରୁ ବିଶ୍ୱର କୌଣସି ସ୍ୱାର୍ଥପର ସଂସ୍ଥା ଏହାକୁ ଅଟକାଇ ପାରିବେନି ।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି । ଏପରିକି ଏହି ମାମଲା ସଂସଦରେ ଉଠିଥିଲା । ଶାସକ ବିଜେଡି ପକ୍ଷରୁ ବିଜେପିକୁ ଏନେଇ ସମାଲୋଚନା କରାଯାଇଥିବା ବେଳେ ବିଜେପି ପକ୍ଷରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ବିଜେଡିକୁ ସମାଲୋଚନା କରିଥିଲେ ।

Get real time updates directly on you device, subscribe now.