fbpx

ଆର୍ୟନ ଖାନଙ୍କୁ ଫସାଇବା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର! ଏନସିବିର ଇଶାରା…

AAKASH

ବଲିଉଡ କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ମୁମ୍ବାଇ କ୍ରୁଜ୍ ପାର୍ଟିୀ ମାମଲାରେ ଏନସିବି ତରଫରୁ କ୍ଲିନ ଚିଟ୍ ମିଳିସାରିଛି । ଆର୍ୟନ ଖାନଙ୍କୁ ଗତ ବର୍ଷ ମୁମ୍ବାଇରେ କର୍ଡେଲିଆ କ୍ରୁଜ୍ ପାର୍ଟୀରେ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା । ଏବେ ଏହି ମାମଲାରେ ଏନସିବି କହିଛନ୍ତି ଯେ ଆର୍ୟନ ଖାନଙ୍କୁ ଫସାଇବା ପାଇଁ ଯାଞ୍ଚ ଅଧିକାରୀଙ୍କୁ ଉସ୍କାଯାଇଥିଲା ।

ଆର୍ୟନ ଖାନଙ୍କ କେସ୍ ର ଯାଞ୍ଚ ସମୀର ୱାଙ୍ଖଡ଼େ ଏବଂ ତାଙ୍କ ଟିମ୍ କରୁଥିଲେ, ତେଣୁ ଏନସିବିର ଏଭଳି କହିବା ଏବଂ ଏହା ପୂର୍ବରୁ କେନ୍ଦ୍ର ସରକାର ସମୀର ୱାଙ୍ଖଡ଼େଙ୍କ ଟିମ୍ ଦ୍ୱାର ଯାଞ୍ଚକୁ ନିନ୍ଦା କରାଯିବା ଏବେ ଏହି ଘଟଣାକୁ ଅନ୍ୟ ଦିଗକୁ ସଙ୍କେତ କରୁଛି ।

ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୂଯାୟୀ, ଯାଞ୍ଚ ଏଜେନ୍ସୀ ଆର୍ୟନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଏକାଠି କରିବାରେ ସଫଳ ହୋଇନାହାଁନ୍ତି ଯାହାପରେ ତାଙ୍କୁ ଅଭିଯୋଗ ଲିଷ୍ଟରୁ ବାହାର କରିଦିଆଯାଇଛି । ଏନସିବିର ଚାର୍ଜସିଟରେ ଅନେକ ଦିଗ ଉପରେ ଆଲୋଚନା କରାଯାଇଥିଲା ଯାହାପରେ ଆର୍ୟନଙ୍କ କ୍ଲିନ ଚିଟ୍ ଦିଆଯାଇଥିଲା । ଏନସିବି କହିଥିଲା ଯେ ଏହା ସମ୍ଭବ ଯେ ମାମଲାରେ ଯେ ଯାଞ୍ଚ ଅଧିକାରୀ ଆର୍ୟନ ଖାନଙ୍କୁ ଫସାଇବାକୁ ଉସ୍କାଯାଇଥାଇପାରେ । ଏହା ମଧ୍ୟ କୁହାଯାଇଛି ଯେ ଯାଞ୍ଚ ସମୟରେ ଉଚିତ୍ ପ୍ରକ୍ରିୟାର ପାଳନ କରାଯାଇନାହିଁ ।

ସୂଚନାଯୋଗ୍ୟ, ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସରେ ଏନସିବି ଏହାର ଚାର୍ଜସିଟରେ ଆର୍ୟନ ଖାନଙ୍କ ନାଁ ସାମିଲ କରିନାହିଁ । ଏହା ସହ ଏନସିବିର ଉପର ଅଧିକାରୀ କହିଛନ୍ତି ଯେ ମାମଲାର ଯାଞ୍ଚ କରୁଥିବା ସମୀର ୱାଙ୍ଖଡ଼େଙ୍କ ଟିମ ଦ୍ୱାରା ଯାଞ୍ଚ ଭୁଲରେ ହୋଇଛି । ଯାହା ପରେ କେନ୍ଦ୍ରରେ ମୋଦୀ ସରକାର ସମୀର ୱାଙ୍ଖଡ଼ଙ୍କ ଯାଞ୍ଚକୁ ଭୁଲ୍ ବୋଲି କହିବା ସହ ଏଜେନ୍ସୀକୁ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଥିଲେ ।

Get real time updates directly on you device, subscribe now.