fbpx

କାଲି ବିସିସିଆଇର ହେବ ବଡ ବୈଠକ: ସୌରଭ ଗାଙ୍ଗୁଲିଙ୍କୁ ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଖୁବଶୀଘ୍ର ବିସିସିଆଇକୁ ମିଳିବ ନୂଆ ଅଧ୍ୟକ୍ଷ । ଆସନ୍ତା ଅକ୍ଟୋବର ୧୮ ତାରିଖରେ ବୋର୍ଡର ଏଜିଏମ ହେବାକୁ ଯାଉଛି, ଯେଉଁ ନିର୍ବାଚନରୁ ଆରମ୍ଭ କରି ପଦାଧିକାରୀ ଇତ୍ୟାଦିକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ତେବେ ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲି ପୁଣି ଥରେ ଏହି ପଦରେ ରହି ନ ପାରନ୍ତି ବୋଲି ଆଲୋଚନା ହେଉଛି । ତେବେ ଏହା ପୂର୍ବରୁ ବୋର୍ଡ ମଙ୍ଗଳବାର ଏକ ବୈଠକ କରିବାକୁ ଯାଉଛି ।

ତେବେ ଆସନ୍ତାକାଲି ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିର୍ବାଚନ ସମ୍ବନ୍ଧିତ ସମସ୍ତ ନିଷ୍ପତ୍ତି ନିଆ ଯାଇପାରେ । ନୂଆ କାର୍ଯ୍ୟକାରିଣୀରେ କେଉଁମାନଙ୍କୁ ସ୍ଥାନ ମିଳିବ ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ତେବେ ଗାଙ୍ଗୁଲି ଆଇସିସିରେ ଯୋଗ ଦେବାକୁ ଯାଉଛନ୍ତି ବୋଲି କୁହାଯାଉଥିବା ବେଳେ ନିର୍ବାଚନରେ ଲଢିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେଣୁ ଆଗାମୀ ସପ୍ତାହ ବିସିସିଆଇ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ ରହିବ ।

ତେବେ ବିସିସିଆଇର ନୂଆ ଅଧ୍ୟକ୍ଷ ଭାବରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ପୂର୍ବ ଅଲରାଉଣ୍ଡର ରୋଜର ବିନ୍ନୀ । କର୍ଣ୍ଣାଟକ ଷ୍ଟେଟ ଆସୋସିଏସନର ଅଧ୍ୟକ୍ଷ ଭାବରେ ସେ ଏବେ କାର୍ଯ୍ୟ କରୁଛନ୍ତି । ଆସନ୍ତାବର୍ଷ ଭାରତରେ ହେବାକୁ ଯାଉଛଇ ଦିନିକିଆ ବିଶ୍ୱକପ । ଏହାବ୍ୟତୀତ ଆଇପିଏଲର ୱିଣ୍ଡୋ ମଧ୍ୟ ଲଗାତାର ବୃଦ୍ଧି ପାଇବ । ଯାହାର ପ୍ରଭାବ ଇଣ୍ଟରନେସନାଲ କ୍ୟାଲେଣ୍ଡର ଉପରେ ପଡିବ । ତେଣୁ ଏହି ହିସାବରେ ଏହି ନିର୍ବାଚନ ଖୁବ ମହତ୍ତ୍ୱପୂର୍ଣ୍ଣ ହେବ ।

Get real time updates directly on you device, subscribe now.