(Video) ରାସ୍ତା ମଝିରେ ଅଚେତ ବ୍ୟକ୍ତିଙ୍କୁ ସିପିଆର୍‌ ଦେଇ ଜୀବନ ବଞ୍ଚାଇଲେ ମହିଳା ପୁଲିସ୍‌ , ଦେଖନ୍ତୁ ….

ବର୍ତ୍ତମାନ ସମୟରେ କେହି କାହାକୁ ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁ ନଥିବା ବେଳେ ଅଧ ରାସ୍ତାରେ ଯଦି କେହି କାହାକୁ କୌଣସି ଖରାପ ଅବସ୍ଥାରେ ମଧ୍ୟ ଦେଖନ୍ତି ଆଗକୁ ଆସି ତାଙ୍କୁ ବଞ୍ଚାଇବାକୁ ପ୍ରୟାସ କରନ୍ତି ନାହିଁ । କିନ୍ତୁ ଜଣେ ମହିଳା ଟ୍ରାଫିକ ପୋଲିସ କିଛି ଏଭଳି କାର୍ଯ୍ୟ କରିଛନ୍ତି ଯାହାପରେ ତାଙ୍କୁ ଏବେ ସବୁ ମହଲରୁ ଚର୍ଚ୍ଚା ହେଉଥିବାର ସୂଚନା ମିଳୁଛି । ଜଣେ ବ୍ୟକ୍ତିଙ୍କୁ ସେ ସିପିଆର ଦେଇ ତାଙ୍କର ଜୀବନ ବଞ୍ଚାଇଛନ୍ତି ।ଏହି ମହିଳା ପୁଲିସଙ୍କ ନାମ ସୋନମ ପ୍ରସାର। ଯିଏ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛନ୍ତି ।ସୂଚନାମୁତାବକ ଜଣେ ମହିଳା ପୁଲିସ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଯାଇ ରାସ୍ତାରେ ଅଚେତ ହୋଇ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ସିପିଆର୍‌ ସାହାଯ୍ୟରେ ନୂଆ ଜୀବନ ଦାନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ବ୍ୟକ୍ତି ଜଣକ ଗଲିୟର୍‌ ରାସ୍ତାରେ ଯାଉଥିବା‌ ବେଳେ ଅଚାନକ ଅଚେତ ହୋଇ ଯାଇଥିଲେ। ତାପରେ ମହିଳା ପୁଲିସ୍‌ ତାଙ୍କ ଛାତିକୁ ଚପେଇ ସିପିଆର୍‌ ସାହାଯ୍ୟରେ ତାଙ୍କ ଚେତା ଫେରାଇବାରେ ସମର୍ଥ ହୋଇଥିଲେ। ପୁଲିସ୍‌ ପ୍ରଶିକ୍ଷଣ ସମୟରେ ତା‌ଙ୍କୁ ଯେଉଁ ଶିକ୍ଷା ମିଳିଥିଲା ତାହାକୁ ସେ କାର୍ଯ୍ୟରେ ପରିଣତ କରି ପାରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ଯାହର ଉପଯୋଗ କରି ସେ ବ୍ୟକ୍ତିଙ୍କ ଚେତା ଫେରାଇ ପାରିଥିଲେ।

ରାସ୍ତାରେ ଅଚେତ ହୋଇ ପଡ଼ିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ଅନୀଲ ଉପାଧ୍ୟାୟ। ସେ ଚେତା ଫେରି ପାଇବା ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ମହିଳା ପୁଲିସ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ତାଙ୍କ ପୁଅ ଜୀବନ ଫେରି ପାଇଥିବାରୁ ଅନୀଲଙ୍କ ପରିବାର ଲୋକ ମହିଳା ପୁଲିସ୍‌ଙ୍କୁ ଖୁବ୍ ପ୍ରଶଂସା କରିବାରେ ଲାଗିଛନ୍ତି।