fbpx

ନିତିନ ଗଡକରୀଙ୍କୁ ଏମିତି ଅନୁରୋଧ କଲେ ଆନନ୍ଦ ମହିନ୍ଦ୍ରା, କ’ଣ ପୂରା କରିବେ କେନ୍ଦ୍ର ମନ୍ତ୍ରୀ…

ନୂଆଦିଲ୍ଳୀ: ମହିନ୍ଦ୍ର ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହିଥାନ୍ତି । ତାଙ୍କର ଅନେକ ଟ୍ୱିଟ୍ ଏବଂ ପୋଷ୍ଟ ଭାଇରାଲ ମଧ୍ୟ ହୋଇଥାଏ ।

ନିକଟରେ ସେ ଏକ ଭିଡିଓ ରିଟ୍ୱିଟ୍ କରିଛନ୍ତି । ଉଭୟ ପାଶ୍ୱର୍ରେ ଗଛଦ୍ୱାରା ଘେରିହୋଇ ରହିଥିବା ଏକ ସୁନ୍ଦର ସଡ଼କର ଦୃଶ୍ୟ ରହିଥିଲା । ସେ ଏହି ଭିଡିଓ କ୍ଲିପ୍ ସେୟାର କରିବା ସହ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଅନୁରୋଧ କରିଛନ୍ତି ଯେ ଏବେ ଦେଶରେ ତିଆରି ହେଉଥିବା ଗ୍ରାମୀଣ ସଡ଼କ ତାଙ୍କର ପାଶ୍ୱର୍ରେ ମଧ୍ୟ ଗଛ ଲଗାଯାଉ ।

ଏହି କ୍ଲିପରେ ଦେଖାଯାଉଛି ଯେ ଏକ ରାସ୍ତା ଉଭୟ ପାଶ୍ୱର୍ରେ ଗଛ ଦ୍ୱାରା ଆଚ୍ଛାଦିତ ରହିଛି । ଯାହା ଦୂରରୁ ଏକ ସୁଡ଼ଙ୍ଗ ଭଳି ଦେଖାଯାଉଛି । ଆନନ୍ଦ ମହିନ୍ଦ୍ରା ଏହାକୁ ଟନେଲ ବୋଲି କହିଛନ୍ତି । ଆଉ ଏହି ଭିଡିଓକୁ ସେ ନିତିନ ଗଡକରୀଙ୍କ ସହ ରିଟ୍ୱିଟ୍ କରିଛନ୍ତି ଏବଂ ଗ୍ରାମୀଣ ଅଞ୍ଚଳରେ ନିର୍ମାଣ ହେଉଥିବା ନୂଆ ସଡ଼କରେ ଏଭଳି କିଛି ଟନେଲ ଟନେଲ ଲଗାଇବା ଯୋଜନା କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି ।

ତେବେ ଆନନ୍ଦ ମହିନ୍ଦ୍ରାଙ୍କ ଏହି ବିଚାର ଏବେ ଟ୍ୱିଟରରେ ଭାଇରାଲ ହୋଇଛି । ଲୋକମାନେ ଭିନ୍ନ ଭିନ୍ନ ଟ୍ୱିଟ୍ କରି ନିଜ ବିଚାର ରଖୁଛନ୍ତି । ଅଧିକାଂଶ ଲୋକେ ଏହାକୁ ସ୍ୱାଗତ କରିବା ସହ ଦୃଶ୍ୟକୁ ଖୁବ୍ ସୁନ୍ଦର ବୋଲି କହିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.