fbpx

ଗଞ୍ଜାର ଏହି କାମରେ ବିଭୋର ହୋଇଗଲେ ଆନନ୍ଦ ମହିନ୍ଦ୍ରା: କରିଦେଲେ ଏମିତି ଟ୍ୱିଟ

ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରାଙ୍କର ଏକ ଟ୍ୱିଟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଅପଲୋଡ ହେବାର କିିଛି ସମୟ ଭିତରେ ହିଁ ସବୁଆଡେ ବ୍ୟାପି ଯାଇଛି । ତେବେ ତାଙ୍କର ଏହି ଭିଡିଓ ଏକ ଗଞ୍ଜା ଉପରେ ଆଧାର କରାଯାଇଛି । ଏହି ଗଞ୍ଜା କିଛି ସମୟ ପର୍ଯ୍ୟନ୍ତ ଏକ ଅଜବ ସ୍ୱର କରୁଥିବା ବେଳେ ହଠାତ ଅଚେତ ହୋଇ ପଡିଛି । ଯାହା ଲୋକଙ୍କୁ ଏହା ବିଷୟରେ ଟିକିଏ ଭାବିବା ପାଇଁ ବାଧ୍ୟ କରୁଛି ।

ଏହି ଭିଡିଓ ଶେୟାର କରି ଏକ ପ୍ରଶ୍ନ ପଚାରିଛନ୍ତି ଆନନ୍ଦ । ଏହି ଭିଡିଓ ପଛରେ କ’ଣ ମୋରାଲିଟି ଥାଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି । ଭିଡିଓ ସହିତ କ୍ୟାପ୍ସନରେ ସେ ଲେଖିଛନ୍ତି,”ଏହା ମୋର ସିଗନାଲ ୱାଣ୍ଡର ବକ୍ସରୁ ମିଳିଲା । ଏହାର ସମସ୍ତ କାହାଣୀ ବୁଜିବା ପାଇଁ ମୁଁ ପ୍ରୟାସ କରୁଥିଲି । ଏହାପରେ ମୁଁ ଚିନ୍ତା କଲି ଯେ ଏହି ଗଞ୍ଜାର କାହାଣୀରୁ ମିଳୁଥିବା ଶିକ୍ଷା ସମ୍ବନ୍ଧରେ ଆପଣଙ୍କ ନିକଟରୁ ମତ ନେବା ନିଶ୍ଚୟ ରୋମାଞ୍ଚକର ରହିବ । ଆପଣମାନେ ନିଜ ନିଜର ମତ ଦିଅନ୍ତୁ’ । ଏହି ଟ୍ୱିଟ ପରେ ଅନେକ ଲୋକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି ।

ଜଣେ ୟୁଜର ଲେଖିଛନ୍ତି ଯେ ଜୀବନ ଯାଉ ପଛେ କଥାରୁ ଓହରିବା ଉଚିତ ନୁହେଁ । ତେବେ ଏହି ମନ୍ତବ୍ୟକୁ ଆନନ୍ଦ ମହିନ୍ଦ୍ରା ମଧ୍ୟ ରିଟ୍ୱିଟ କରିଛନ୍ତି । ବିନା କାରଣରେ ଚିଲାଇବା ନିଜ ଉପରେ ଏକ ବିପରୀତ ପ୍ରଭାବ ପକାଇଥାଏ ବୋଲି କମେଣ୍ଟ କରିଛନ୍ତି ଅନ୍ୟ ଜଣେ ୟୁଜର । ତେବେ ଏଭଳି ଅନେକ କମେଣ୍ଟ ଏବେ ଏହି ଭିଡିଓରେ ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.