fbpx

ଏନକାଉଣ୍ଟରରେ ନିହତ ହେଲା ଲସ୍କର ଆତଙ୍କବାଦୀ ଉଜେର ଖାନ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା। ଲସ୍କର-ଇ-ତୋଏବା ଆତଙ୍କବାଦୀ ଉଜେର ଖାନଙ୍କୁ ନିପାତ କରିଛି ସୁରକ୍ଷାବାହିନୀ। କଶ୍ମୀର ଏଡିଜିପି ବିଜୟ କୁମାର କହିଛନ୍ତି ଯେ ଅନନ୍ତନାଗରେ ଆତଙ୍କବାଦୀ ଉଜେର ନିହତ ହୋଇଛି। ସେପଟେ ଆଉ ଏକ ମୃତଦେହକୁ ମିଳିଛି, ଯାହା ଜଣେ ଆତଙ୍କବାଦୀର ହୋଇଥିବା ନେଇ ସନ୍ଧେହ। ଆଗକୁ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିବ। ଏହି ଅପରେସନରେ ଆମର ୪ ଜଣ ଯବାନ ସହିଦ ହୋଇଛନ୍ତି ।

ବର୍ତ୍ତମାନ ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟର ଶେଷ ହୋଇଥିଲେ ବି ସୁରକ୍ଷାବାହିନୀ ଏବେ ବି ସର୍ଚ୍ଚ ଅପରେସନ ଉପରେ ଜାରି ରଖିଛନ୍ତି । ଅନନ୍ତନାଗ ଅପରେସନ ସମ୍ପର୍କରେ ଏଡିଜିପି ବିଜୟ କୁମାର ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି, ଅନେକ ଅଞ୍ଚଳ ବାକି ଥିବାରୁ ସର୍ଚ୍ଚ ଅପରେସନ ଜାରି ରହିବ। ସେହି ଅଞ୍ଚଳକୁ ନ ଯିବାକୁ ଆମେ ଜଣ ସାଧାରଣ ମାନଙ୍କୁ ନିବେଦନ କରୁଛୁ। ଆମ ପାଖରେ ୨ରୁ ୩ ଜଣ ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ଥିଲା ବୋଲି ସେ କହିଛନ୍ତି, ତୃତୀୟ ଜଣଙ୍କ ମୃତଦେହ ମିଳିବାର ସମ୍ଭାବନା ରହିଛି। ସେଥିପାଇଁ ଆମେ ସର୍ଚ୍ଚ ଅପରେସନ ଜାରି ରଖିଛୁ।

ଲସ୍କର-ଇ-ତୋଏବା କମାଣ୍ଡରର ମୃତଦେହକୁ ଆମେ ଉଦ୍ଧାର କରି ନିଜ ହେପାଜତକୁ ନେଇଛୁ। ଦକ୍ଷିଣ କଶ୍ମୀରର ଅନନ୍ତନାଗ କୋକେରନାମ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସେନାର ଯବାନଙ୍କ ସହ ଜମ୍ମୁ-କଶ୍ମୀର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।

Get real time updates directly on you device, subscribe now.