fbpx

ପୁଣି ଅଲୋଡ଼ା ହେଲା କନ୍ୟା ସନ୍ତାନ; ମୃତ ଶିଶୁକନ୍ୟାକୁ ମେଡିକାଲ୍‌ରେ ଛାଡ଼ି ଚମ୍ପଟ୍‌ ମାରିଲେ ଦୁର୍ବୃତ୍ତ

କୋରାପୁଟ: (ଓଡ଼ିଶା ଭାସ୍କର) ପୁଣି ଅଲୋଡ଼ା ହେଲା କନ୍ୟା ସନ୍ତାନ । କୋରାପୁଟ ଜିଲ୍ଲା ସୁନାବେଢ଼ାରୁ ଆସିଲା ହୃଦୟବିଦାରକ ଖବର । ମୃତ ଶିଶୁକନ୍ୟାକୁ ମେଡିକାଲ୍‌ରେ ଛାଡ଼ି ଚମ୍ପଟ୍‌ ମାରିଲା ଦୁର୍ବୃତ୍ତ । ବାଇକ୍‌ରେ ଆଣି ସୁନାବେଡ଼ା ମେଡିକାଲ୍‌ରେ ଛାଡ଼ି ଚମ୍ପଟ୍‌ ମାରିଲା ଦୁର୍ବୃତ୍ତ । ସୂଚନା ପାଇ ଡାକ୍ତରଖାନାରେ ପହଞ୍ଚିଲେ ସୁନାବେଡ଼ା ଏସ୍‌ଡିପିଓ । ଆରମ୍ଭ କଲେ ଛାନଭିନ୍ ।

ତେବେ କିଏ କେଉଁଥିପାଇଁ ଏପରି ଅମାନବୀୟ କାର୍ଯ୍ୟ କରିଛି ତାହା ବର୍ତ୍ତମାନ ସୁଧା ଜଣାପଡ଼ିନି । ଆଖପାଖର ସିସିଟିଭି ଯାଞ୍ଚ କରି ଦୁର୍ବୃତ୍ତକୁ ଚିହ୍ନଟ ପାଇଁ ପୋଲିସର ଉଦ୍ୟମ ଜାରି ରହିଛି । ରାଜ୍ୟରେ ଏପରି ବାରମ୍ୱାର ଘଟଣା ସାମ୍ନାକୁ ଆସୁଛି । ଏଥିପ୍ରତି ଆଇନ ଯେତିକି କଠୋର ହେଉଛି, ହେଲେ ଏପରି ଅପରାଧ କମିବାର ନାଁ ନେଉନି ।

Get real time updates directly on you device, subscribe now.