fbpx

(Video) ଯୁବତୀଙ୍କ ଉପରେ ପୁଣି ଆକ୍ରମଣ: ସମସ୍ତଙ୍କ ସାମ୍ନାରେ ଭୁଜାଲି ଧରି ଗୋଡାଇଲା ଯୁବକ

ଯୁବକ ଭୁଜାଲି ଧରି ଗୋଡାଇବା ବେଳେ ସ୍ଥାନୀୟ ଲୋକେ ବଞ୍ଚାଇଲେ ଯୁବତୀଙ୍କ ଜୀବନ

ପୁନେ: ଦିଲ୍ଲୀରେ ସମସ୍ତଙ୍କ ସାମ୍ନାରେ ଝିଅକୁ ହତ୍ୟା କରିବା ଘଟଣା ପରେ ଏବେ ପୁଣି ସେହିପରି ଏକ ମାମଲା ସାମ୍ନାକୁ ଆସିଛି । ଏଥିରେ ସମସ୍ତଙ୍କ ସମ୍ମୁଖରେ ଜଣେ ଯୁବକ, ଏକ ଯୁବତୀ ପଛରେ ଭୁଜାଲି ଧରି ଗୋଡାଉଛି । ଏହି ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସିସିଟିଭି ଫୁଟେଜ ଅନୁଯାୟୀ, ପୀଡିତା ଏବଂ ତାଙ୍କର ଜଣେ ସାଙ୍ଗ ସ୍କୁଟିରେ ଆସୁଥିଲେ । ଅଭିଯୁକ୍ତ ଜଣକ ତାଙ୍କ ସହ ବାଟରେ କଥାହେଲେ । ବାଇକ ଚଲାଉଥିବା ବ୍ୟକ୍ତି ଅଭିଯୁକ୍ତ ସହ ମୁହାଁମୁହିଁ ହେବା ପରେ ପରିସ୍ଥିତି ଆହୁରି ବଢିଯାଇଥିଲା । ଏହାପରେ ଅଭିଯୁକ୍ତ ଜଣକ ତାଙ୍କ ବ୍ୟାଗରୁ ଭୁଜାଲି କାଢି ମହିଳାଙ୍କୁ ଆକ୍ରମଣ ପାଇଁ ଗୋଡାଉଛନ୍ତି ।

ମହିଳା ଜଣକ ମୁହଁରେ କପଡା ଗୁଡାଇ ହୋଇ, ପଛରେ ବ୍ୟାଗ ପକାଇଛନ୍ତି । ଏହାସହ ସେହି ଅଭିଯୁକ୍ତ ଜଣକ ଧଳା ରଙ୍ଗର ସାର୍ଟ ପିନ୍ଧି ମହିଳାଙ୍କୁ ପଛ ପଟରୁ ଆକ୍ରମଣ କରିବାକୁ ଗୋଡାଉଛନ୍ତି । ଶେଷରେ ମହିଳାଙ୍କୁ ସେ ଅକ୍ରମଣ କରିବା ପୂର୍ବରୁ ମହିଳା ଜଣକ ରାସ୍ତାରେ ପଡିଯାଇଛନ୍ତି । ଏହାପରେ ସ୍ଥାନୀୟ ଲୋକେ ମହିଳାଙ୍କୁ ବଞ୍ଚାଇବା ପାଇଁ ସେହି ଅଭିଯୁକ୍ତଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି

ଏହି ପ୍ରସଙ୍ଗରେ ପୋଲିସ ଅଭିଯୁକ୍ତଙ୍କ ଉପରେ ୩୦୭ ଧାରା ଲଗାଇ ମାମଲା ପଞ୍ଜୀକୃତ କରିଛନ୍ତି । ଅଭିଯୁକ୍ତ ଜଣକ ୨୨ ବର୍ଷୀୟ ଶାନ୍ତନୁ ଲକ୍ଷ୍ମଣ ଯାଦବ ରୂପେ ପରିଚିତ ହୋଇଥିବା ବେଳେ ୧୯ ବର୍ଷୀୟ ଯୁବତୀଙ୍କୁ ଥାନାରେ ଅଟକ ରଖାଯାଇଛି । ପୀଡିତାଙ୍କ ବୟାନ ଅନୁଯାୟୀ, ଅଭିଯୁକ୍ତ ତାଙ୍କ ପୂର୍ବତନ ସାହପାଠୀ ଥିଲେ । ବାଟରେ ସେ ତାଙ୍କ ସାଙ୍ଗ ସହ ଆସିବା ବେଳେ ଶାନ୍ତନୁ ତାଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିଥିଲେ । ହେଲେ ଯୁବତୀ ଜଣକ ତାଙ୍କ ସହ କଥା ହେବାକୁ ମନା କରିଦେଇଥିଲେ । ଏହାପରେ ସେହି ୨୨ ବର୍ଷୀୟ ଯୁବକ ତାଙ୍କ ସହ ଥିବା ଯୁବକ ଏବଂ ତାଙ୍କୁ ଆକ୍ରମଣ କରିବା ପାଇଁ ଗୋଡାଇଥିଲେ । ପୋଲିସ ଏନେଇ ଅନେକ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.