fbpx

ଆନ୍ଧ୍ରପ୍ରଦେଶ ବନ୍ୟା: କ୍ଷତିଗ୍ରସ୍ତଙ୍କୁ ସହାୟତାର ହାତ ବଢ଼ାଇଲେ ମେଗାଷ୍ଟାର୍ ଚିରଞ୍ଜୀବୀ ଓ ରାମଚରଣ, ଦେଲେ ଏତିକି ଟଙ୍କା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଲୋକମାନେ ଏବେ ନାନା ସମସୃା ଦେଇ ଗତି କରୁଛନ୍ତି । ଏଭଳି ସମୟରେ ଅନେକ ସହାୟତାର ହାତ ବଢ଼ାଉଛନ୍ତି । ଏହି ପରିପ୍ରେକ୍ଷୀରେ ମେଗାଷ୍ଟାର୍ ଚିରଞ୍ଜୀବୀ ଓ ରାମଚରଣ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୨୫ ଟଙ୍କା ଦେଇଛନ୍ତି । ଏହାପୂର୍ବରୁ ଜୁନିୟର୍ ଏନଟିଆର୍, ମହେଶ ବାବୁ ମଧ୍ୟ ୨୫-୨୫ ଲକ୍ଷ ଟଙ୍କା ଦେଇଥିଲେ । ବର୍ତ୍ତମାନ ବନ୍ୟା ସ୍ଥିତି ଉପୁଜିଥିବା ଯୋଗୁଁ ଆନ୍ଧ୍ରପ୍ରଦେଶର ଅବସ୍ଥା ଶୋଚନୀୟ ରହିଛି ।

ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶର ସ୍ଥିତି ବେହାଲ୍ ରହିଛି । ଲୋକଙ୍କ ଘରେ ଘରେ ପାଣି ପଶିବା ଫଳରେ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇଚନ୍ତି ଆନ୍ଧ୍ରବାସୀ । ଲକ୍ଷ ଲକ୍ଷ ଲୋକ ଏଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ଜୁନିୟର୍ ଏନଟିଆର୍, ମହେଶ ବାବୁ ପ୍ରଥମେ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆର୍ଥିକ ସ୍ତରରୁ ସହାୟତାର ହାତ ବଢ଼ାଇଛନ୍ତି ।

ସେହିପରି ମେଗାଷ୍ଟାର୍ ଚିରଞ୍ଜୀବୀ ଓ ରାଗଚରଣ ମଧ୍ୟ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ରାଶି ଆକାରରେ ୨୫ଲକ୍ଷ ଟଙ୍କା ଦେଇଛନ୍ତି । ଏନେଇ ଚିରଞ୍ଜୀବୀ ଓ ରାମଚରଣ ଟୁଇଟର୍ ରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.